Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାକଡେଇଁ-ନାଗେଶ୍ଵର ଯୁବକ ସଂଘ ପକ୍ଷରୁ ପକ୍ଷୀ ଙ୍କ ପାଇଁ ପିଇବା ପାଣି କଲେ ବ୍ୟବସ୍ଥା

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଗେଶ୍ୱର ଯୁବକ ସଂଘ, ନାକଡେଇଁ ଦ୍ୱାରା ପକ୍ଷୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀଙ୍କ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଛି । ବର୍ତ୍ତମାନ୍ ସମୟରେ ପ୍ରକୃତିକୁ ବଞ୍ଚାଇବା ସହିତ ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରି ପଶୁ ପକ୍ଷୀଙ୍କ ଉପଯୁକ୍ତ ଯତ୍ନନେବା ହିଁ ଶ୍ରୀ ଦେହେରୀଙ୍କ ଆହ୍ବାନ । ଖରାର ତୀବ୍ରତା କୁ ଦୃଷ୍ଟିରେ ରଖି , ପଶୁ ପକ୍ଷୀମାନଙ୍କର ଶୋଷରେ ଡହଳବିକଳ ଦୃଶ୍ୟ ଦେଖି ସଂଘ ପକ୍ଷରୁ ପାଣିର ବ୍ୟବସ୍ଥା କରାଯାଇଛି। ମାଟି ପାତ୍ରରେ ପାଣି ଭର୍ତ୍ତିକରି ଗଛ ଶାଖାରେ ବାନ୍ଧିବା ସହ ଭୂମି ଉପରେ ମଧ୍ୟ ବ୍ୟବସ୍ଥା କରାଯାଇଛି l ଯାହା ଫଳରେ ପକ୍ଷୀମାନେ ପାଣି ପିଇ ଶୋଷ ମେଣ୍ଟାଇ ପାରିବେ। ବର୍ଷା ଆସିବା ପର୍ଯ୍ୟନ୍ତ ପାଣି ଯୋଗାଇଦେବେ ବୋଲି ଯୁବକ ସଂଘ ର ପ୍ରତ୍ୟେକ ସଦସ୍ୟ ଶପଥ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସିକୁନ ଥନାପତି, ଆଦେଶ ଥନାପତି, ଶିତିକଣ୍ଠ ଥନାପତି, ପିଣ୍ଟୁ ପଧାନ, ହୃଷୀକେଶ ପଧାନ। ଏହିପରି ମହାନ କାର୍ଯ୍ଯପାଇଁ ପ୍ରକୃତି ପ୍ରେମୀ ମାନେ ସମସ୍ତଙ୍କୁ ପ୍ରଂଶସା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ