Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼; ୨୭ ମୃତ

କେଣ୍ଟୁକି: ଆମେରିକାରେ ଶୁକ୍ରବାର ରାତିରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇଥିଲା। ରାତି ୧୧:୩୦ ରେ ଲୋକଙ୍କ ମୋବାଇଲ୍ ଫୋନ୍ ବାଜିବାକୁ ଲାଗିଲା। ଯାହାପରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ସମଗ୍ର ଅଞ୍ଚଳରେ ଅନ୍ଧାର ଘୋଟି ଯାଇଥିଲା। ମଧ୍ୟରାତ୍ରିରେ ମଧ୍ୟପଶ୍ଚିମ ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକରେ ଆସିଥିବା ଝଡ଼ରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ଧ୍ୱଂସର ପ୍ରମାଣ ସବୁଠି ବିଛାଡ଼ି ହୋଇ ପଡ଼ିଥିଲା। ଆମେରିକୀୟ ଦକ୍ଷିଣ ରାଜ୍ୟ କେଣ୍ଟୁକି ଏବଂ ମିସୌରୀ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସପ୍ରାପ୍ତ ମନେହୁଏ। ହଜାର ହଜାର ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଗଲେଣି। ରାଜ୍ୟପାଳ ଆଣ୍ଡି ବେସିଅର କହିଛନ୍ତି ଯେ ତାଙ୍କ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଲରେଲ୍ କାଉଣ୍ଟିରେ ୧୭ ଜଣ ଏବଂ ପୁଲାସ୍କି କାଉଣ୍ଟିରେ ଜଣେ ଅଛନ୍ତି। ମିସୌରୀରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତର ଭର୍ଜିନିଆରେ ଗଛ ପଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଛି। କେଣ୍ଟୁକିରେ, ୧୦ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହାଲୋରେଲ କାଉଣ୍ଟିରେ ଟର୍ଣ୍ଣାଡୋ ଘରଗୁଡ଼ିକୁ ନଷ୍ଟ କରିଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ