Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିତେଶ ତିୱାରୀଙ୍କ ‘ରାମାୟଣ’ରେ କାଜଲ ଅଗ୍ରୱାଲଙ୍କ ଏଣ୍ଟ୍ରି

ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ରାମାୟଣ’ ଚର୍ଚ୍ଚାରେ ରହିଛି। ରଣବୀର କପୁରଙ୍କ ଏହି ଫିଲ୍ମର ଘୋଷଣା ହେବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ଫିଲ୍ମରେ ରଣବୀର ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସାଇ ପଲ୍ଲବୀଙ୍କୁ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବେ।

ଫିଲ୍ମରେ ରାବଣ ଭୂମିକାରେ ସୁପରଷ୍ଟାର ୟଶ ନଜର ଆସିବେ। ଏବେ ଅଭିନେତ୍ରୀ କାଜଲ ଅଗ୍ରୱାଲ ‘ରାମାୟଣ’ରେ ଏଣ୍ଟ୍ରି କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଏବେ କାଜଲ ‘ରାମାୟଣ’ ଫିଲ୍ମର ଷ୍ଟାରକାଷ୍ଟରେ ସାମିଲ ହୋଇଛନ୍ତି। ସେ ଏହି ଫିଲ୍ମରେ ରାବଣ (ଯଶ)ଙ୍କ ପତ୍ନୀ ମନ୍ଦୋଦରୀ ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇସାରିଛି।

ଏହା ପ୍ରଥମ ଥର ଯେବେ ୟଶ ଏବଂ କାଜଲ ଏକାଠି ସ୍କ୍ରିନ୍ ସେୟାର କରିବେ। ପୂର୍ବରୁ ଖବର ଆସିଥିଲା ଯେ ମନ୍ଦୋଦରୀ ଭୂମିକା ପାଇଁ ଅଭିନେତ୍ରୀ ସାକ୍ଷୀ ତନୱରଙ୍କ ସହ କଥାବାର୍ତ୍ତା ଚାଲିଛି। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜେ ଏହି ଗୁଜବକୁ ଖଣ୍ଡନ କରିଥିଲେ।

ତେବେ ‘ରାମାୟଣ’ର ପ୍ରଥମ ଭାଗ ୨୦୨୬ ଦୀପାବଳିରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଏହି ଫିଲ୍ମର ଦ୍ୱିତୀୟ ଭାଗ ଠିକ୍ ଗୋଟିଏ ବର୍ଷ ପରେ ଅର୍ଥାତ୍ ୨୦୨୭ରେ ଦୀପାବଳି ଅବସରରେ ଦର୍ଶକଙ୍କ ନିକଟରେ ପହଞ୍ଚିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ