Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜକୁ ଧକ୍କା ଦେଲା ନୌସେନାର ଏକ ଜାହାଜ

ନ୍ୟୁୟର୍କ: ନ୍ୟୁୟର୍କର ବ୍ରୁକଲିନ୍ ବ୍ରିଜ୍ ସହିତ ମେକ୍ସିକୋ ନୌସେନାର ଏକ ଜାହାଜ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଶନିବାର ଦିନ ନୌସେନା ଟ୍ରେନିଂ ଜାହାଜଟି ଇଷ୍ଟ ନଦୀ ଦେଇ ଯାତ୍ରା କରୁଥିବା ବେଳେ ଏହାର ଉପର ମାଷ୍ଟଲଟି ବ୍ରିଜ୍ ସହିତ ଧକ୍କା ହୋଇଥିଲା। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଶନିବାର ସନ୍ଧ୍ୟାରେ ଜାହାଜଟି ପ୍ରସିଦ୍ଧ ବ୍ରୁକଲିନ୍ ବ୍ରିଜ୍ ତଳୁ ଯିବା ସମୟରେ ଏହାର ବିଶାଳ ମାଷ୍ଟଲଗୁଡ଼ିକ ତା’ ସହିତ ଧକ୍କା ହେଉଥିବା ଫୁଟେଜରେ ଦେଖାଯାଉଛି। ଧକ୍କା ପରେ, ମାଷ୍ଟର କିଛି ଅଂଶ ଭାଙ୍ଗି ଜାହାଜର ଡେକ୍ ଉପରେ ପଡ଼ିଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ନ୍ୟୁୟର୍କ ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି ଯେ ବ୍ରୁକଲିନ୍ ବ୍ରିଜ୍ ସହିତ ଏକ ନୌସେନା ଜାହାଜ ଧକ୍କା ହୋଇଥିଲା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କ ସିଟି ମେୟର ଏରିକ୍ ଆଡାମ୍ସ କହିଛନ୍ତି ଯେ ମୋଟ ୧୯ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜାହାଜରେ ୨୭୭ ଜଣ ଲୋକ ଥିଲେ। ମେକ୍ସିକାନ୍ ଜାହାଜଟି ରାତି ୮:୨୬ ରେ ନ୍ୟୁୟର୍କ ବ୍ରିଜକୁ ଧକ୍କା ଦେଇଥିଲା।

ସେହିପରି ନ୍ୟୁୟର୍କ ପୋଲିସ ବିଭାଗର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଅନେକ ଲୋକଙ୍କୁ “ସହାୟତା” ଦିଆଯାଉଛି। ସେ ମେକ୍ସିକୋ ନୌସେନା ଜାହାଜଟି କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ କରିଥିବା ବେଳେ ଘଟଣାର ତଦନ୍ତ କରାଯାଉଥିବା ନେଇ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ