Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇଦ୍ରାବାଦର ଗୁଲଜାର ହାଉସରେ ଅଗ୍ନିକାଣ୍ଡ, ୧୭ ମୃତ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ କୋଠାରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣାଟି ଐତିହାସିକ କୋଠା ଚାରମିନାର ନିକଟସ୍ଥ ଗୁଲଜାର ହାଉସରେ ଘଟିଥିଲା।

ଘଟଣା ବିଷୟରେ ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ଜନଗହଳିପୂର୍ଣ୍ଣ ରାସ୍ତାରେ ଫସି ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରିଥିଲେ। ପରିସରରେ ବ୍ୟାପିଥିବା ଘନ ଧୂଆଁ ଯୋଗୁଁ କିଛି ଲୋକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ମୋତି ବ୍ୟବସାୟୀ ଏବଂ ତାଙ୍କ କର୍ମଚାରୀଙ୍କ ପରିବାରର ପ୍ରାୟ ୩୦ ଜଣ ସଦସ୍ୟ ଏଠାରେ ଉପସ୍ଥିତ ଥିଲେ। ମୋତି ବ୍ୟବସାୟୀଙ୍କ ଦୋକାନ ମୋଦି ପର୍ଲ୍ସର ତଳ ମହଲାରେ ଥିଲା। ତାଙ୍କ ପରିବାର ଏବଂ କିଛି କର୍ମଚାରୀଙ୍କ ପରିବାର ପ୍ରଥମ ମହଲାରେ ରହୁଥିଲେ। ତେବେ ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା।

ହାଇଦ୍ରାବାଦର ଚାରମିନାର ନିକଟରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଦୁର୍ଘଟଣାରେ ଜଳିଯାଇଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୃତକ ଏବଂ ପୀଡିତଙ୍କ ପାଇଁ PMNRF ରୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଅଗ୍ନିକାଣ୍ଡ ଘଟଣାରେ ଲୋକଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ।’ ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ପ୍ରକାଶ କରୁଛି। ଆହତ/ପୋଡ଼ିଯାଇଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀ ସହାୟତା ରାଶିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ