ଅନୁଭବଙ୍କ ବୟାନକୁ ନେଇ ଚର୍ଚ୍ଚା ; କହିଲେ ୪ ବର୍ଷ ଧରି ମୋ ଫ୍ୟାମିଲି ଫିଲ୍ମ ଦେଖୁଛନ୍ତି, ଏଥର ଅସଲି ଫିଲ୍ମ ଦେଖିବେ


ଭୁବନେଶ୍ବର: ଅନେକ ଦିନ ପରେ କେନ୍ଦ୍ରା‌ପଡାରେ ପାଦ ରଖିଛନ୍ତି ଅନୁଭବ ମହାନ୍ତି। ଆଜି କେନ୍ଦ୍ରାପଡା ଯାଇ ବିଜେଡି ନେତାଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରାପଡାରେ ଏକ ପାର୍କ ଓ ଶ୍ମଶାନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଅନୁଭବ ମହାନ୍ତି ।

ତେବେ ଅନୁଭବଙ୍କ ସହ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରାଙ୍କ ସହ ଅନ୍ୟାନ୍ୟ ବିଜେଡି ନେତା ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡା ଗସ୍ତ ସମୟରେ ଅନୁଭବ ନିଜ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି, ଦୀର୍ଘ ୪ ବର୍ଷ ଧରି ମୋ ଫ୍ୟାମିଲି ଫିଲ୍ମ ଦେଖୁଛନ୍ତି । ଏଥର ରଜରେ ଅସଲି ଫିଲ୍ମ ଦେଖିବେ । ତେବେ ଅନୁଭବଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥର ରଜରେ ଅନୁଭବଙ୍କ ଅଭିନୀତ ଫିଲ୍ମ ନମେସ୍ତ ଲଣ୍ଡନ ରିଲିଜ ହେବାର ଅଛି ।