Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ହେରା ଫେରି’ ୩ରୁ କାହିଁକି ବାହାରିଲେ ପରେଶ ରାୱଲ

ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘ହେରା ଫେରି’ର ତୃତୀୟ ଭାଗ ନିର୍ମାଣ ବିଷୟରେ ଆଲୋଚନା ବହୁତ ଦିନ ଧରି ଚାଲିଛି। ପୂର୍ବରୁ ଖବର ଆସିଥିଲା ଯେ ଅକ୍ଷୟ କୁମାର ଏହି ଫିଲ୍ମର ଅଂଶ ହେବେ ନାହିଁ। କିନ୍ତୁ ପରେ ସେ ରାଜି ହୋଇଗଲେ, ଯାହା ପରେ ଫ୍ରାଞ୍ଚାଇଜର ମୂଳ ନିର୍ଦ୍ଦେଶକ ପ୍ରିୟଦର୍ଶନ ମଧ୍ୟ ଏହାକୁ ତିଆରି କରିବାକୁ ରାଜି ହେଲେ।

କିନ୍ତୁ ଏବେ ପରେଶ ରାୱଲ ଫିଲ୍ମରୁ ବାହାରିଯିବା ଘୋଷଣା କରିବାରୁ ପ୍ରଶଂସକଙ୍କ ଆଶା ପୁଣି ଥରେ ମଉଳି ଯାଇଛି।ଅଭିନେତା X ରେ ଏକ ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ କ୍ରିଏଟିଭ ଡିଫରେନ୍ସ ଯୋଗୁଁ ସେ ‘ହେରା ଫେରି ୩’ ଛାଡି ନାହାଁନ୍ତି। ତଥାପି ସେ କାହିଁକି ଫିଲ୍ମ ଛାଡିଲେ ତାହା ସ୍ପଷ୍ଟ୍ କରିନାହାନ୍ତି। ପରେଶ ରାୱଲ ଲେଖିଛନ୍ତି, ‘ମୁଁ ଏହା ରେକର୍ଡରେ ରଖିବାକୁ ଚାହୁଁଛି ଯେ ହେରା ଫେରି ୩ରୁ ବାହାରିବାର ମୋର ନିଷ୍ପତ୍ତି କ୍ରିଏଟିଭ ଡିଫରେନ୍ସ ଯୋଗୁଁ ନଥିଲା।’ ମୁଁ ପୁଣି ଥରେ କହୁଛି ଯେ ଚଳଚ୍ଚିତ୍ର ନିର୍ମାତାଙ୍କ ସହିତ କୌଣସି କ୍ରିଏଟିଭ ଡିଫରେନ୍ସ ନାହିଁ। ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ପ୍ରତି ମୋର ବହୁତ ପ୍ରେମ, ସମ୍ମାନ ଏବଂ ବିଶ୍ୱାସ ଅଛି।

ତେବେ ମିମ୍ ଜଗତରେ ‘ହେରା ଫେରି’ ଫିଲ୍ମ ସିରିଜର ଲୋକପ୍ରିୟତା ଖୁବ୍ ରହିଛି। ପ୍ରଶଂସକମାନେ ଏହାର ତୃତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏପରି ପରିସ୍ଥିତିରେ ପରେଶ ରାୱଲ ବାହାରିଯିବା ପ୍ରଶଂସକଙ୍କୁ ବହୁତ ନିରାଶ କରିଛି। ତେବେ ଦେଖିବାକୁ ବାକି ରହିଲା ଯେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ସହ ‘ବାବୁ ରାଓ’ ଭୂମିକାରେ କେଉଁ ଅଭିନେତା ଅଭିନୟ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ