Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଶମ ହସ୍ତ ବlନ୍ଧକଲା ପ୍ରଶିକ୍ଷଣ ଶିବିର ରେ ଭାଗ ନେଇଥିଲେ 30 ଅନୁସୂଚିତ ଜାତି ମହିଳା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଠାରେ କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ତାଲିମ ଯୋଜନା ଅଧୀନରେ ରେଶମ ହସ୍ତବାନ୍ଧ କଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରେଶମ ହସ୍ତବାନ୍ଧ କଳା ପ୍ରଶିକ୍ଷଣ ଶିବିର ରେ ୩୦ ଜଣ ଅନୁସୂଚିତ ଜାତି ମହିଳା ୨୭ ଦିନ ମଧ୍ୟରେ ୨୦୦ ଘଣ୍ଟା ର ପ୍ରଶିକ୍ଷଣ ନେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ରେଶମ ହସ୍ତବାନ୍ଧ କଳା , ରଙ୍ଗ କରିବା , ଶାଢ଼ୀର ଡିଜାଇନ୍ ପାଇଁ ଗଣ୍ଠି ବାନ୍ଧିବା , ବିଭିନ୍ନ ରଙ୍ଗର ପାଟ ଶାଢ଼ୀ ରେ କିପରି ଧାଡ଼ି ହେବା , ଶାଢ଼ୀର ମୁଁହ ଡିଜାଇନ୍ କରିବା ଆଦି ବିଷୟରେ ପ୍ରଶିକ୍ଷଣ ନେଇଥିଲେ। ହସ୍ତତନ୍ତ , ହସ୍ତବାନ୍ଧ କଳା ରେ ମହିଳା ମାନଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଙ୍କ ହସ୍ତତନ୍ତ ମନ୍ତ୍ରଣାଳୟ ଦ୍ଵାରା ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲିମ ସମାପ୍ତ ହେଲା ପରେ ରବିବାର ସମସ୍ତ ତାଲିମ ନେଇଥିବା ତାଲିମ୍ ଗ୍ରହଣ କାରୀମାନଙ୍କ ପରୀକ୍ଷା କରାଯାଇଥିଲା । ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଙ୍କୁ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟ ଦ୍ଵାରା ଏକ ମାନପତ୍ର ପ୍ରଦାନ କରାଯିବ। ମହିଳା ମାନେ ସକ୍ଷମ ହୋଇଗଲେ ସ୍ବାବଲମ୍ବୀ ହୋଇ ରୋଜଗାର କରିପାରିବେ । ଆମ୍ଭେ ମହିଳା ମାନେ ଘରେ ରହି ଘରକାମ କରୁଥିଲୁ । ଘରକାମ ପରେ ଆମର ସମୟ ନଷ୍ଟ ହେଉଥିଲା । ଏହି ତାଲିମ ପାଇବାପରେ ଏବେ ଆମେ ସ୍ବାବଲମ୍ବୀ ହୋଇ ରୋଜଗାର କରିପାରିବୁ । ଘରର ଆର୍ଥିକ ସମସ୍ୟା ର ସମାଧାନ କରିପାରିବୁ ବୋଲି ତାଲିମ ନେଇଥିବା ମହିଳା ମାନେ ପ୍ରକାଶ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ନିରୀକ୍ଷକ ଭାବରେ ପ୍ରଦୀପ କୁମାର ରାଉତ ରହିଥିବା ବେଳେ ପ୍ରୋସେସିଂ ମ୍ୟାନେଜର ଲଳିତ ମେହେର ଓ ଅପରେସନାଲ ଅଫିସର ପଞ୍ଚାନନ ମେହେର ପ୍ରମୁଖ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ପ୍ରିୟଙ୍କା ଭୋଇ ଓ ରାମକୃଷ୍ଣ ମେହେର ୨୭ ଦିନ ଧରି ତାଲିମ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ