ବୀରମହାରାଜପୁର : (ସୌମିତ୍ରି ମେହେର) ଶ୍ରୀ ସତ୍ୟସାଇ ସେବା ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସମିତି ଆନୁକୂଲ୍ୟରେ ଏକ ଅମୃତବିନ୍ଦୁ ରକ୍ତଦାନ ଶିବିର ରବିବାର ଚକାବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା | ଆମ ସମିତିର ପୂର୍ବତନ ଅବାହକ ଡ଼. ପ୍ରଫୁଲ୍ଲ କୁମାର ରଥ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିବା ବେଳେ ସମିତି ର ଆବାହକ ସନ୍ତୋଷ କୁମାର ବେହେରା ପରିଚାଳନା କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ସେବା ସଂଯୋଜକ ରାଜୁ ମେହେର , ଜିଲ୍ଲା ଯୁବ ସଂଯୋଜକ ରାଧାଦତ୍ତ ମହାପାତ୍ର , ସମିତି ଆଧ୍ୟାତ୍ମିକ ସଂଯୋଜକ ଦୀନବନ୍ଧୁ ମେହେର , ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜିକା ସବିତା ମେହେର , ଜିଲ୍ଲା ସେବା ସଂଯୋଜିକା ସନ୍ଧ୍ୟା ପାତ୍ର , ସମିତି ଶିକ୍ଷା ସଂଯୋଜକ ବିରଞ୍ଚି ମେହେର , ଅର୍ଜୁନ ବାରିକ , ରାମ ମେହେର , ଶିବ ପଧାନ , ସୁଦାମ ଶଙ୍ଖୁଆ , ପ୍ରସାଦ ମେହେର , ଗୁରୁ ମେହେର , ଆକାଶ ମେହେର , ଚନ୍ଦନ ପଧାନ , ଲିଷ୍ପିତା ସତପଥୀ , ବାଲମକୁନ୍ଦ କର୍ଣ୍ଣ , ମାନସ ରଞ୍ଜନ ସାହୁ , ଗଣେଶ ହାତୀ , କୃପାସିନ୍ଧୁ ମେହେର , ବର୍ଷାରାଣୀ ମେହେର , ସାଇଲଷ୍ମୀ ସାହୁ , ସମୀର ରଞ୍ଜନ ବହିଦାର , ଖିରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ 22 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ମହିଳା 5ଜଣ ଓ ପୁରୁଷ 17 ଜଣ ରକ୍ତଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଆମ ସମିତିର ଭାଇ ଓ ଭଉଣୀ ମାନଙ୍କ ସହିତ ସୋନପୁର ଡାକ୍ତରଖାନା , ରକ୍ତଭଣ୍ଡାର କର୍ମ କର୍ତ୍ତା ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ l
ଚକlବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଅମୃତ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ
