Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ଭାବ୍ୟ ବନ୍ୟାରୁ ଜୀବନ ସୁରକ୍ଷା ପାଇଁ ଏନଡିଆରଏଫ ଦ୍ୱାରା ନମୁନା ପ୍ରଦର୍ଶନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏନ ଡି ଆର ଏଫ ମୁଣ୍ଡୁଳି ଦ୍ୱାରା ଧନ ଜୀବନ ର ସୁରକ୍ଷା ପାଇଁ ସୋନପୁର ସ୍ଥିତ ମହାନଦୀ ତେନ୍ତୁଳିଘାଟ ଠାରେ ନମୁନା ପ୍ରଦର୍ଶନ କରାଯାଇଥିଲା l ଇନିସ୍ପେକ୍ଟର ଏକଜିକ୍ୟୁଟିଭ ୟୁ କେ ଦୀକ୍ଷିତ ଙ୍କ ନେତୃତ୍ୱରେ ଏନ ଡି ଆର ଏଫ ର ଇନିସ୍ପେକ୍ଟର ଏକଜିକ୍ୟୁଟିଭ ସୂର୍ଯ୍ୟକାନ୍ତ, ଆନନ୍ଦ କୁମାର ସହ ଅନ୍ୟ ଯବାନ ପ୍ରମୁଖ ସାମିଲ ରହି ଆଧୁନିକ ଓ ପାରମ୍ପରିକ ପଦ୍ଧତିରେ କିପରି ଭାବରେ ଜନସାଧାରଣ ବନ୍ୟା ସମୟରେ ନିଜର ତଥା ଅନ୍ୟର ଧନ ଜୀବନ କୁ ସୁରକ୍ଷା କରିପାରିବେ ତାର ରକ୍ଷାତ୍ମକ କୌଶଳ ନମୁନା ପ୍ରଦର୍ଶନ କରିଥିଲେl ଏହିପରିପ୍ରେକ୍ଷୀରେ ଜନସାଧାରଣ ଆସନ୍ନ ବନ୍ୟା ର ମୁକାବିଲା ନିମନ୍ତେ ନିଜେ ନିଜସ୍ତରରେ ପାରମ୍ପରିକ ସାମଗ୍ରୀ ସହ ପୂର୍ବପ୍ରସ୍ତୁତି ଓ ଆବଶ୍ୟକ ବ୍ୟବହାରୀକ କୌଶଳ ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଏପରିକି ଉକ୍ତ ସମୟରେ ଆବଶ୍ୟକ ତତ୍ପରତା ଓ ସାବଧାନକୁ ମଧ୍ୟ ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି ରକ୍ଷାତ୍ମକ କୌଶଳ ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନିଶି ପୁନମ ମିଞ୍ଜ, ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା, ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଆନନ୍ଦ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ ପୌର ପରିଷଦ ନିର୍ବାହୀ ଅଧିକାରୀ ସୋନପୁର ସୂର୍ଯ୍ୟାଂଶୁ ରୁଟ, ସହକାରୀ ଜିଲ୍ଲାପାଳ ଚିତ୍ତରଞ୍ଜନ ମିଶ୍ର, ମଂଚାସୀନ ରହିଥିବା ବେଳେ ସ୍ଥାନୀୟ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା, ଏସ ଏଚ ଜି ସଦସ୍ୟା, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ଅଗ୍ନି ନିର୍ବାପକ ବିଭାଗ ର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ, ପୌର ପରିଷଦ କର୍ମକର୍ତ୍ତା, ସ୍ଥାନୀୟ ଜନ ପ୍ରତିନିଧି,ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ,ଜିଲ୍ଲା ତଥା ସ୍ଥାନୀୟ ମତ୍ସ୍ୟଜିବୀ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ସଫଳ କରିବାରେ ଜିଲ୍ଲା ଜରୁରୀ ଶାଖା ର ବିଶ୍ୱନାଥ ନାୟକ, ଆଲୋକ ଦାଶ, ରିତେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ