Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ମୋ ସେବା କେନ୍ଦ୍ର ର ଶୁଭ ଉଦଘାଟନ ା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବଲାଡୀ ଠାରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟା ଙ୍କ ଦ୍ୱାରା ପରିଚାଳିତ ମୋ ସେବା କେନ୍ଦ୍ର ର ଶୁଭଉଦଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି l ଏହି ସେବା କେନ୍ଦ୍ର ଓମ ଶିବଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାରତୀ ସାହୁ ଙ୍କ ତତ୍ୱାବଧାନରେ ପରିଚାଳିତ ହେବାକୁ ଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ସ୍ଥାନିୟ ଜନସାଧାରଣ ସହ ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅର୍ଥ ଦେଣନେଣ କୁ ସହଜ ସୁଗମ ତଥା ବ୍ୟବସ୍ଥିତ କରିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଦାଶ ମତବ୍ୟକ୍ତ କରିଛନ୍ତି l ଏହି ଉଦଘାଟନ ସମାରୋହରେ ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ବିପିଏମ ମିଶନ ଶକ୍ତି, ଜିଲ୍ଲା ପରିଚାଳକ ଡି ଜି ଏମ, ସହଜ ସଂସ୍ଥା ର କର୍ମକର୍ତ୍ତା,ଅନ୍ୟାନ୍ୟ ମିଶନ ଶକ୍ତି କର୍ମକର୍ତ୍ତା, ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ