Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ୨୫୭ କାରୋନା ରୋଗୀ ଚିହ୍ନଟ

ମୁମ୍ବାଇ: ସିଙ୍ଗାପୁର ଏବଂ ହଂକଂରେ କରୋନା ମାମଲା ବୃଦ୍ଧି ପାଇଛି। ଏହି ସମୟରେ ଭାରତର ଦୁଇ ଜଣ କରୋନା ସଂକ୍ରମଣ ପୀଡିତଙ୍କ ମୃତ୍ୟୁ ଖବର ଆସିଛି। ମୁମ୍ବାଇର KEM ହସ୍ପିଟାଲରେ କୋଭିଡ-୧୯ ରେ ସଂକ୍ରମିତ ଦୁଇ ଜଣଙ୍କ ମୃତ୍ୟୁ ଖବର ଆସିଛି।

କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ଜଣେ ରୋଗୀଙ୍କ ମୁଖ କର୍କଟ ରୋଗ ହୋଇଥିଲା, ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ରୋଗରେ ପୀଡିତ ଥିଲେ। ତେବେ ଉଭୟଙ୍କ ମୃତ୍ୟୁ କୋଭିଡ୍-୧୯ ଯୋଗୁଁ ନୁହେଁ ବରଂ ପୂର୍ବରୁ ଥିବା ରୋଗ ଯୋଗୁଁ ହୋଇଛି।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଭାରତରେ ବର୍ତ୍ତମାନର COVID-19 ପରିସ୍ଥିତି ନିୟନ୍ତ୍ରଣରେ ଅଛି। ୧୯ ମଇ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ-୧୯ ମାମଲା ସଂଖ୍ୟା ୨୫୭ ରହିଥିଲା, ଯାହା ଦେଶର ବିଶାଳ ଜନସଂଖ୍ୟାକୁ ବିଚାରକୁ ନେଲେ ବହୁତ କମ୍। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ। ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ