Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ପ୍ରସ୍ତାବିତ ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଉଫୁଳା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ସାମିଲ ହେବା ପାଇଁ ପ୍ରସ୍ତାବ ଗୃହିତ

ବୀରମହାରାଜପୁର : (ସୌମିତ୍ରି ମେହେର) ଆଜି ସକାଳ 9.30 ବଜେ ଉଫୁଲା ଗ୍ରାମ ପଂଚାୟତ ସଭା ଗୃହ ରେ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରାହିତ୍ୟ ରେ ମାସିକ ବୈଠକ ଅନୁଷ୍ଠିତ ହୋଇ ଥିଲା l ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପ୍ରସ୍ତାବ ନାଏବ ସରପଞ୍ଚ କମଳିନୀ ମହାପାତ୍ର ଙ୍କ ସମର୍ଥନ ଓ ସମସ୍ତ ୱାର୍ଡ ମେମ୍ବର ଙ୍କ ସହମତି କ୍ରମେ ପଣ୍ଡିଆ ପାଲି, ରଥ ପୁର, ପଣ୍ଡା ପାଲି, ଖେତି ସାହି, କାନ ପୁର, ବିକଳ ପାଲି, ଦନ୍ତା ପାଲି ନାଏକ ପାଲି, ଟିଠି ପାଲି, କମଳ ପୁର, ଖମେଶ୍ବରୀ ପାଲି, ଗୌଡ଼ କେଲା, ରାଗୁନାଥ ପୁର, ଟାଙ୍ଗର ସାହି, ଗୁନି ପଦା, ଉଫୁଲା, ଅଇଁଲା ପାଲି ପଡା ଓ ଗ୍ରାମ ନବ ପ୍ରସ୍ତାବିତ ବିରମହାରାଜ ପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମିଶ୍ରଣ/ ସାମିଲ କରି ବାକୁ ସ୍ଥିରୀକୃତ ହୋଇ ଥିଲା l 73 ତମ ସମ୍ବିଧାନ ସଂଶୋଧନ ଓ 243 ଅନୁଚ୍ଛେଦ ସମ୍ପର୍କରେ ସରପଞ୍ଚ କର୍ମୀ ଆଲୋକପାତ କରିଥିଲେ l ଆଲୋଚନାରେ ୱାର୍ଡ ମେମ୍ବର ଘାସିରାମ ବାଦୀ , ଗୌରହରୀ ସାହୁ, ଶିବାନୀ ସାହୁ , ମିନତୀ ଭୋଇ , ସୁଦାମ ଭୂଇ , ସୁନିତା ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ l ପି ଇ ଓ ମିତାଞ୍ଜଳୀ ରଥଙ୍କୁ ପୂର୍ବତନ ପି ଇ ଦେଢ଼ ମାସ ହେବ ଉଫୁଲା ପଂଚାୟତ ରେ ଯୋଗଦେବା ଓ ଗୌର ଚନ୍ଦ୍ର ସାହୁ ପୂର୍ବତନ ପି ଇ ଓ ସମ୍ପୂର୍ଣ ଦାୟିତ୍ୱ ହସ୍ତାନ୍ତରଣ କରୁନଥିବାରୁ ପଂଚାୟତ ଉନ୍ନୟନ ବାଧାପ୍ରାପ୍ତ ହେଉଥିବା ସମ୍ପର୍କରେ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇ ବି ଡ଼ି ଓ, ଉପଜିଲ୍ଲାପାଳ, ସି ଡ଼ି ଓ, ଡ଼ି ପି ଓ ଏବଂ ଜିଲ୍ଲା ପାଳ ଙ୍କୁ ଜଣାଇବାକୁ ସଭା ସରପଞ୍ଚ, ପି ଇ ଓ, ନାଏବ ସରପଞ୍ଚ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା l ଭତ୍ତା ପ୍ରଦାନ ଛଡା ହରିଶ୍ଚନ୍ଦ୍ର ସମେତ ଅନ୍ୟ ସ୍କିମ ଅନୁଦାନ ଖର୍ଚ୍ଚ ହୋଇ ପାରୁନଥିବା ସମ୍ପର୍କରେ ସମସ୍ତ ୱାର୍ଡ ମେମ୍ବର ଉଦବେଗ ପ୍ରକାଶ କରି ପିଇବା ଜଳ ଯୋଗାଣ ସମସ୍ୟା ସମାଧାନ ପାଇଁ ଆସୁ ପଦକ୍ଷେପ ନେବାକୁ ସ୍ଥିରୀକୃତ ହେଲା l ଆଗାମୀ 24 ତାରିଖ ସକାଳ 9 ବଜେ ଗୌଡ଼ କେଲା ଓ ଟାଙ୍ଗର ସାହି ପଥର ଟାଙ୍ଗର ବାସୀ ଙ୍କ ପିଇବା ପାଣି ସମସ୍ୟା ସମାଧାନ ପାଇଁ ଉଫୁଲା ଗ୍ରାମ ପଂଚାୟତ ସଭାଗୃହ ରେ ଏକ ସ୍ୱତନ୍ତ୍ର ବୈଠକ ଗ୍ରାମବାସୀ ଓ ସରକାରୀ ବିଭାଗୀୟ କର୍ତୃପକ୍ଷ ଙ୍କ ଉପସ୍ଥିତ ରେ କରିବାକୁ ସ୍ଥିରୀକୃତ ହେଲା l ସାମାଜିକ ସୁରକ୍ଷା ଭତ୍ତା ଗାଁ ଗାଁ ରେ ବଣ୍ଟନ କରିବାକୁ ସରପଞ୍ଚ ଶ୍ରୀୟା କର୍ମୀ ପରାମର୍ଶ ଦେଲେ l ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିତାଞ୍ଜଳୀ ରଥ, ଏ ଡ଼ି ଇ ଓ ଅନନ୍ତ ରାମ ପୂଜାରୀ, ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ