Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଳା ପଞ୍ଚାୟତ ସଭାଗୃହରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ସାମାଜିକ ସମୀକ୍ଷା ଆରମ୍ଭ

ବୀରମହାରାଜପୁର (ସୌମିତ୍ରି ମେହେର)
ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ଅଧ୍ୟକ୍ଷତା ରେ ଉଫୁଲା ପଂଚାୟତ ସଭାଗୃହ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସାମାଜିକ ସୁରକ୍ଷା ସୁପରିଚାଳନା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ନିଷ୍ପତ୍ତି ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ହିତାଧିକାରୀ ଙ୍କ ଘରକୁ ଘର ପରିଦର୍ଶନ 4 ଦିନ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କ୍ଷେତ୍ର ପରିଦର୍ଶନ 7 ଦିନ ଗ୍ରାମ୍ୟ ସମ୍ବଳ କର୍ମୀ ଙ୍କ ଦ୍ୱାରା ଉଫୁଲା ଗ୍ରାମ ପଂଚାୟତ ରେ କରାଯିବା l ଆସନ୍ତା ଜୁନ 4 ତାରିଖରେ ଉଫୁଲା ଗ୍ରାମ ପଂଚାୟତ ପରିସରରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହେବ l ବୈଠକରେ ପି ଇ ଓ ମିତାଞ୍ଜଳୀ ରଥ , ଜି ଅର ଏସ ଅନନ୍ତ ରାମ ପୂଜାରୀ , ଗ୍ରାମ୍ୟ ସମ୍ବଳ କର୍ମୀ ଯଶୋବନ୍ତି ପଧାନ , ରାଜେଶ୍ୱରୀ ମିଶ୍ର , ପଙ୍କଜିନୀ ରଥ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ