ରାଜସ୍ଥାନରୁ ବାହାରି ରାସ୍ତାରେ ଦଣ୍ଡପ୍ରଣାମ କରି କରି କାଳିଆ ଦର୍ଶନ ପାଇଁ ଯାଉଛନ୍ତି ପୁରୀ ା


ସୁବର୍ଣ୍ଣପୁର-ଜଗତର ନାଥ ଜଗନ୍ନାଥ କାହାକୁ କେମିତି ଯେ ଡୋରି ଲଗେଇବେ ସେକଥା କେହି ଜାଣନ୍ତି ନାହିଁ। ବଡ ଠାକୁର ଯେ କେବଳ ଓଡିଆଙ୍କର ହୋଇରହିବେ ତାନୁହଁ ସାରା ଜଗତର ନାଥ ସିଏ । ସେହିପରି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଈଁ ସୁଦୁର ରାଜସ୍ଥାନରୁ ବାହାରି ରାସ୍ତାରେ ଦଣ୍ଡପ୍ରଣାମ କର କରି ଆଜି ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଜଣେ ଭକ୍ତ । ରାଜସ୍ଥାନର ମାଧୋପୁର ଜିଲ୍ଲା ରେଣ୍ଡାୟଲ ଗ୍ରାମର ବିଜୟ ଗୁଜ୍ଜର ନାମକ ଜଣେ ଭକ୍ତ ଧୁଧୁ ତ୍ରିପଣ୍ଡ ଖରାରେ ତତଲା ପିଚୁ ଉପରେ ଦଣ୍ଡପ୍ରଣାମ କରି ଚାରିପାହୁଣ୍ଡ ଲମ୍ବ ନାପି ପୁରୀ ଯାଉଥିବା ବେଳେ ଆଜି ବିନିକା ପହଞ୍ଚିଛନ୍ତି। ରାଜସ୍ଥାନରୁ ବାହାରି କରୋଲି , ମଧ୍ୟପ୍ରଦେଶ ଗୋଆଲିୟର,ଝାନସି , ଓଡିଶାର ବରପାଲି ,ରାମପୁର ବିନିକା’ ସୋନପୁର ଜଗନ୍ନାଥ ପଥଦେଇ ପୁରୀ ଯିବେ ବଜୟ । ବିଜୟ ଗୁଜ୍ଜର ୨୦୨୨ ଡିସେମ୍ବର ୭ ତାରିଖରେ ଆରମ୍ଭ କରି ଆଜିକୁ ୫ ମାସ ଅତିକ୍ରମ କରି ସୁଦୁର ରାଜସ୍ଥାନରୁ ବାହରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ପ୍ରଚଣ୍ଡ ଶିତ ଖରା ବର୍ଷା କିଛି ବି ତାଙ୍କୁ ତାଙ୍କ ପଥରୁ ହଟାଇ ପାରିନାହିଁ । ବର୍ତ୍ତମାନ ସମୟରେ ଖରାର ତାତି ପାଇଁ ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି ଏହି ଭଳି ଖରାକୁ ଖାତିର ନକରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତି ମନରେ ଆଗେଇ ଚାଲୁଛନ୍ତି ବିଜୟ ଗୁଜ୍ଜର ।