ବିଳମ୍ବିତ ନ୍ୟାୟ ପ୍ରତିବାଦ କରି ଧାରଣା ଦେଲେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରାଣିପାଲି ଗାଁରେ ବରୁଣ କୁମ୍ଭାରଙ୍କ ପୈତୃକ ଜମି ବିବାଦ ର ନ୍ୟାୟ ପ୍ରଦାନରେ ବିଳମ୍ବିତ ହେଉଥିବାରୁ ଏହାର ପ୍ରତିବାଦ କରି ଧାରଣାରେ ବସିଥିଲେ ପାରିବାର ଲୋକ । ବରୁଣ ଙ୍କ ଭାଇ , ତାଙ୍କ ସ୍ତ୍ରୀ, ପିଲା ମାନଙ୍କୁ ନେଇ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଆଜକୁ ଏକବର୍ଷ ହେବ ନିଜ ପୈତୃକ ଜମିକୁ କେହି ଜବରଦଖଲ କରିଥିବା ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୈଣସି ନ୍ୟାୟ ପାଇପାରିନାହାନ୍ତି । ଏନେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏକ ମାମଲା ବିଚାରାଧୀନ ରହିଛି । ତହସିଲଦାର , ଆର ଆଇ , ପୋଲିସ ର ତଦନ୍ତ ରିପୋର୍ଟ ଦାଖଲ ହୋଇଥିଲେ ମଧ୍ୟ ମାମଲାର ଶୁଣାଣି ହୋଇପାରିନାହିଁ । ବାରମ୍ବାର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ନୟାନ୍ତ ହେଲାପରେ ମଙ୍ଗଳବାର ସପରିବାର ଧାରଣାରେ ବସିଥିଲେ । ମାମଲା ର ଶିଘ୍ର ଶୁଣାଣି ନେଇ ଉପଜିଲ୍ଲାପାଳ ଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଧାରଣା ରୁ ଉଠିଥିବା ଜଣାଯାଇଛି ।