ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଜାତୀୟ ଆତଙ୍କବାଦ ନିରୋଧ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ମଇ ମାସ ୨୧ ତାରିଖ ଜାତୀୟ ଆତଙ୍କବାଦ ନିରୋଧ ଦିବସ ଅବସରରେ ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସର ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବୁଧବାର ଏହି ଆଲୋଚନା ଚକ୍ରରେ ଅନୁଷ୍ଠାନ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ପୌରୋହିତ୍ୟ କରିଥିଲେ I ଏହି କାର୍ଯ୍ୟକ୍ରମରେ ଆତଙ୍କବାଦର ବିଲୋପ ସହିତ ସୁସ୍ଥ ସମାଜର ଗଠନ ଉପରେ ଅଂଶଗ୍ରହଣକାରୀ ଗୁରୁତ୍ୱାରୋପ କରିଥିଲେ । ସବୁବର୍ଗ ର ଜନ ସାଧାରଣ ଙ୍କ ପାଇଁ ସଚେତନତା ସୃଷ୍ଟି କରିବା , ଦେଶ ମଧ୍ୟରେ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ ବିରୋଧ ସହିତ ନିନ୍ଦା କରିବା, ଆତଙ୍କବାଦର ବିନାଶକାରୀ ନୀତି ବିଷୟରେ ମଧ୍ୟ ସଚେତନତା ସୃଷ୍ଟିକରିବା , ନିଜ ଭିତରେ ସମନ୍ୱୟ , ଭାଇଚାରା , ଶାନ୍ତି , ଏକତା ଏବଂ ମାନବିକତା ଦ୍ୱାରା ବିଶ୍ୱକୁ ଆଗକୁ ନେବା ମୂଳ ଲକ୍ଷ୍ୟ ବୋଲି ସମସ୍ତ ଆଲୋଚକ କହିଥିଲେ । ଏହି ଦିନ ହେଉଛି ଆତଙ୍କବାଦ ବିରୋଧରେ ଏକଜୁଟ ହୋଇ ଠିଆ ହେବା ଏବଂ ଏହି ମୂଲ୍ୟବୋଧକୁ ସମର୍ଥନ କରୁଥିବା ଏକ ସମାଜକୁ ସହଯୋଗର ହାତ ବଢେଇବା । ସର୍ବଦା ହିଂସା ପରିହାର କରି ଆତ୍ମିୟତା ସୂତ୍ରରେ ବାନ୍ଧି ହେବା ଆଜି ଦିବସ ପାଳନ ର ମୂଳ ଉଦ୍ଦେଶ୍ୟ ବୋଲି ସମସ୍ତ ଅଂଶଗ୍ରହଣକାରୀ ବ୍ୟକ୍ତ କରିଥିଲେ। ଆଲୋଚନା ରେ ଦୟାନିଧି ହୋତା , ଭୂଷଣ କୁମାର ପାତ୍ର, ଗୋପୀନାଥ ମହାକୁର , ଡ.ଦ୍ବିତୀକୃଷ୍ଣ ପଣ୍ଡା , ଅଯତ୍ନ କଲତା , ନାରାୟଣ ପ୍ରସାଦ ନାୟକ , ବାସୁଦେବ ପଣ୍ଡା , ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପୂର୍ବରୁ ଲୋକାର୍ପିତ ହୋଇଥିବା ବାବା ପବନାନନ୍ଦଙ୍କ ଦ୍ବାରା ରଚିତ ଧାର୍ମିକ ପୁସ୍ତକ ସାଧନାପାଦ-୩ ଆଲୋଚକଙ୍କୁ ବିତରଣ କରା ଯାଇଥିଲା।