ବୀରମହାରାଜପୁର : (ସୌମିତ୍ରି ମେହେର)
ଆଜି ହେଉଛି ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ । ଏହି ଦିବସ ସଦ୍ଭାବନା ଦିବସ ଭାବରେ ସର୍ବତ୍ର ପାଳିତ । ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଯୁବ କଂଗ୍ରେସ ତରଫରୁ ବୀରମହାରାଜପୁର ବ୍ଲକ୍ ଅଫିସରେ ଏକ ରକ୍ତଦାନ ଶିବିର କାର୍ଯକ୍ରମ ଆୟୋଜିତ ହେଇଥିଲା । ବୁଧବାର ଏହି କାର୍ଯକ୍ରମ ଯୁବ କଂଗ୍ରେସ ନେତା ପ୍ରକାଶ ମିର୍ଦ୍ଧା ଙ୍କ ନେତୃତ୍ଵ ଏବଂ ସୁବର୍ଣ୍ଣପୁର ବିଧାନସଭା ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହେଇଥିଲା । ଶିବିରରେ ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ , ପୂର୍ବତନ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଚିତ୍ତରଞ୍ଜନ ସାହୁ , ମାହେଶ୍ୱରୀ ସେନାର ସକ୍ରିୟ ସଦସ୍ୟ ସୁଧାଂଶୁ କର୍ଣ୍ଣ , ଦୁର୍ଯ୍ୟୋଧନ ମେହେର ପ୍ରମୁଖ ଅତିଥି ଭାବରେ ଯୋଗଦାନ ଦେଇ ରକ୍ତ ଦାତା ମାନକୁ ଉତ୍ସାହିତ କରିଥିଲେ । ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାହ୍ନୁ ମହାକୁର , ବିକାଶ ପଣ୍ଡା , ଦେବାଶିଷ ମିଶ୍ର , କୃଷ୍ଣ ପାଣିଗ୍ରାହୀ , ଗୁପ୍ତେଶ୍ୱର ସାହୁ , ଲକ୍ଷ୍ମଣ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ । ଯୁବ କଂଗ୍ରେସ ର ସଦସ୍ୟ ସୁନିଲ୍ ପଧାନ , ରାଜୁ ବାଦୀ ପ୍ରମୁଖ ଉପସ୍ଥିତ ଥିଲେ।
ସଦଭାବନା ଦିବସ ପାଳନ ଅବସରରେ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
