ବୀରମହାରାଜପୁର : (ସୌମିତ୍ରି ମେହେର) ମୁଖ୍ୟମନ୍ତ୍ରୀ ବସ ସେବାରେ କାର୍ଯ୍ୟରତ ଡ୍ରାଇଭରଙ୍କ ଦରମା ବୃଦ୍ଧି ଦାବିରେ ମଙ୍ଗଳବାର ଦିନ ଠାରୁ ଷ୍ଟିଅରିଙ୍ଗ୍ ଛାଡ ଆନ୍ଦୋଳନ କରିଛନ୍ତି ସମସ୍ତ ଡ୍ରାଇଭର । ଫଳରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘଦିନ ହେବ ରାଜ୍ୟ ସରକାର ଦରମା ବୃଦ୍ଧି କରିବା ନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ନିଷ୍ପତ୍ତି ନ ନେବାରୁ ବାଧ୍ୟହୋଇ ସୁବର୍ଣ୍ଣପୁର ଜିଲ୍ଲାର ୬ ଟି ଯାକ ବ୍ଲକରେ ଏହି ଆନ୍ଦୋଳନ କରିଛନ୍ତି I ଫଳରେ ମୁଖ୍ୟମନ୍ତ୍ରୀଙ୍କ ବସ୍ସେବା ଠପ ହୋଇଯାଇଛି । ଏହି ବସରେ ଯିବା ଆସିବା କରୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ବସ ସେବା ବନ୍ଦ ରହିବ ବୋଲି ଡ୍ରାଇଭର ସୁଜିତ କୁମାର ଗୁରୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ବସ୍ ସେବା ରେ କାର୍ଯ୍ୟରତ ଡ୍ରାଇଭର ଙ୍କ ଦରମା ବୃଦ୍ଧି ଦାବିରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ଯାତ୍ରୀ ହନ୍ତସନ୍ତ
