Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଡ଼ନୀ ରୋଗରେ ଗଲା ଆଉ ଏକ ଜୀବନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ କିଡନୀ ଆକ୍ରାନ୍ତ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇ ଯାଇଛି । ପୂର୍ବରୁ ଉକ୍ତ ରୋଗରେ ଆକ୍ରାନ୍ତ ହୋଇ ଅନେକେ ମୃତ୍ୟୁ ବରଣ କରିଥିବା ବେଳେ ଏବେ ପୁଣି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ରେ ଗ୍ରାମର ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ମୃତକ ଜଣକ ହେଲେ ବହଳପଦର ଗ୍ରାମର ଚତୁର୍ଭୁଜ ବିଶ୍ୱାଳ (୬୫)। ସେ କିଛି ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ସୋନପୁର କିମ୍ବା ବୀରମହାରାଜପୁର ଡାକ୍ତରଖାନା ରେ କିଡନୀ ରୋଗରେ ଚିକିତ୍ସା ସୁବିଧା ନ ଥିବା ରୁ ଆକ୍ରାନ୍ତ ଜଣକ ଅଧିକ ଚିକିତ୍ସିତ ହୋଇ ପାରି ନ ଥିଲେ । ସେ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମଧ୍ୟ ପାଇ ନ ଥିଲେ। ମୃତକ ଜଣକ ଜଣେ ନାମମାତ୍ର ଚାଷୀ। କିଛି ବର୍ଷ ପୂର୍ବେ ଦେହ ଅସୁସ୍ଥ ହେତୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କିଡନୀ ରୋଗ ହୋଇଥିବା ଜଣା ପଡ଼ିଥିଲା। ତେଣୁ ସେ ଧାରା କରଜ କରି କଟକ ଯାଇ ଚିକିତ୍ସିତ ହେଉଥିଲେ । ଏହା ସହିତ ପ୍ରତି ଦୁଇ ତିନି ମାସରେ ଥରେ ଲେଖାଏଁ ଯାଇ ତାଙ୍କୁ ଚିକିତ୍ସା ହେବାକୁ ପଡ଼ିଥିଲା। ଚିକିତ୍ସା ବାବଦକୁ ତାଙ୍କୁ କୌଣସି ଆର୍ଥିକ ସହାୟତା କିମ୍ବା ମାଗଣା ଔଷଧ ମିଳି ପାରି ନ ଥିଲା । ଏପରିକି ପ୍ରତି ମାସରେ ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ମାଗଣାରେ ସେବା ପାଇ ନ ଥିଲେ। ସରକାର ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଥିବା ପ୍ରଚାର ପ୍ରସାର କରୁଥିବା ବେଳେ ରୋଗୀମାନେ ନିଜ ଅଞ୍ଚଳରେ ଥିବା ଡାକ୍ତରଖାନା ରେ କିଡନୀ ରୋଗ ର ଚିକିତ୍ସା ପାଇ ପାରୁ ନାହାନ୍ତି। ମୃତ ଚତୁର୍ଭୁଜ ଧାର ଉଦ୍ଧାର ପରେ ନିଜ ଜମି ବାଡ଼ି ବନ୍ଧା ପକାଇ ଚିକିତ୍ସିତ ହୋଇଥିଲେ। ମୃତକ ଙ୍କ ତିନି ଝିଅ। ସମସ୍ତେ ବିବାହିତ ଅଟନ୍ତି। ଚତୁର୍ଭୁଜ ଆର୍ଥିକ ଅଭାବ ଯୋଗୁଁ ଅନ୍ତିମ ସମୟ ରେ ଆଉ ଅଧିକ ଚିକିତ୍ସା ହୋଇ ପାରି ନ ଥିଲେ। ମାତ୍ର ତାଙ୍କର ଦେହ ଅତିଶୟ ଗୁରୁତର ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରୁ ତାଙ୍କୁ ବୁର୍ଲ୍ଲା କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଡ଼ାଇଲୋସିସ କରିବାକୁ କହିଥିଲେ। ମାତ୍ର ଡାଇଲୋସିସ ହେବ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବହଳପଦର ଗ୍ରାମ ସମେତ ଅଞ୍ଚଳର ବିଭିନ୍ନ ଗ୍ରାମରେ ଏବେ ମଧ୍ୟ ଶତାଧିକ କିଡନୀ ଆକ୍ରାନ୍ତ ରୋଗୀ ଅଛନ୍ତି। ଅନେକ ଆର୍ଥିକ ଅଭାବ ଯୋଗୁଁ ଚିକିତ୍ସା ହୋଇ ପାରୁ ନାହାନ୍ତି। କିଛି ଦିନ ପୂର୍ବରୁ ବହଳପଦର ପଞ୍ଚାୟତର ଗୌଡଗାଡ ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ମଧ୍ୟ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିଲା। ତେଣୁ ଏବେ ଅନ୍ୟ କିଡନୀ ଆକ୍ରାନ୍ତ ରୋଗୀମାନେ ଆଶଙ୍କା ରେ ଅଛନ୍ତି। ତେଣୁ ଅଞ୍ଚଳ ରେ ଥିବା କିଡନୀ ରୋଗୀ ଚିହ୍ନଟ କରି ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି। ଏହା ସହିତ ବହଳପଦର ର ମୃତ କିଡନୀ ଆକ୍ରାନ୍ତ ଚତୁର୍ଭୁଜ ଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ