ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଟ ଦେୱାନୀ ଜଜ ଭାବରେ ମଙ୍ଗଳବାର ଦିନ ଅମିତ୍ କୁମାର ବାରିକ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ବାରିକ ପୂର୍ବ ବରିଷ୍ଟ ଦେୱାନୀ ଜଜ ସରୋଜିନୀ ସାହୁଙ୍କ ବଦଳିପରେ ଯୋଗଦାନ କରିଛନ୍ତି । ନୂତନ ଭାବେ ଯୋଗ ଦେଇଥିବା ବରିଷ୍ଟ ଦେୱାନୀ ଜଜ ଅମିତ୍ କୁମାର ବାରିକ ଙ୍କୁ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ସ୍ଵାଗତ କରାଯାଇଥିଲା । ଓକିଲ ସଂଘର ସଭାପତି ଆଡଭୋକେଟେ ରାଧାକାନ୍ତ ମହାକୁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଵାଗତ ସମାରୋହ ରେ ସୁବର୍ଣ୍ଣପୁର ଜିଲ୍ଲା ଜଜ ଧନୁର୍ଦ୍ଧର ସେନାପତି , ଏସ ଡି ଜେ ଏମ ପୁନମ୍ ସେଠ୍ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ସ୍ଵାଗତ ସମାରୋହ ରେ ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ଚାନ୍ଦ , ସମ୍ପାଦକ ଉମାଶଙ୍କର ପଣ୍ଡା , ଓକିଲ ଶ୍ରୀଧର ଦାସ , ଯୁଧିଷ୍ଟିର ସାହୁ , ସବିତା ପଣ୍ଡା , ବଳଦେବ ପ୍ରସାଦ ବେଦବାକ, ଛବିଳ କର୍ଣ୍ଣ , ପ୍ରଦୀପ ମିଶ୍ର , କୁନ୍ଦନ ପ୍ରଧାନ , ମନୋଜ ସାହୁ , ସମୀର ସ୍ବାଇଁ , ଚିତ୍ତରଞ୍ଜନ ସେଠୀ , ଯତୀନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ବୀରମହାରାଜପୁର ରେ ନୂତନ ଭାବେ ଯୋଗଦେଇ ଥିବା ବରିଷ୍ଠ ଦେୱାନୀ ଜଜ ଅମିତ କୁମାର ବାରିକ ଙ୍କୁ ସ୍ୱାଗତ ଜଣାଇଲେ ଓକିଲ ସଂଘ
