ବୀରମହାରାଜପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ସେନା ବାହିନୀ ଙ୍କୁ ଜଣାଇଲେ ସମ୍ମାନ


ବୀରମହାରାଜପୁର : (ସୌମିତ୍ରି ମେହେର)
ଅପରେସନ ସିନ୍ଦୂରର ସଫଳତାକୁ ନେଇ ଭାରତୀୟ ସୈନିକ ମାନଙ୍କୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ଲାଗି ବୀରମହାରାଜପୁର ଠାରେ ବୁଧବାର ସନ୍ଧ୍ୟା ୭ଘଣ୍ଟା ସମୟରେ ତ୍ରିରଙ୍ଗା ଶୋଭାଯାତ୍ରା ବା ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏହି ତ୍ରୀରଙ୍ଗା ଶୋଭାଯାତ୍ରା ବାହାରି ବୀରମହାରାଜପୁର ମୁଖ୍ୟ ଛକ ଦେଇ ନନ୍ଦିଘୋଷ ଛକ, ତ୍ରିବେଣୀ ଛକ ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସମାପନ ହୋଇଥିଲା l ଏହି ପବିତ୍ର କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା , ଜିଲ୍ଲା ଭାଜପା ସଭାପତି ବେଣୁଧର ଦାସ, ଏମପି ନୋମିନି ନଳିନୀ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ , ସବିତା ପଣ୍ଡା , ବିଧାୟକ ନୋମିନି ପଦାର୍ଥ ଜଗଦଲା , ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ଼ ଦ୍ବିତୀକୃଷ୍ଣ ପଣ୍ଡା , ମଣ୍ଡଳ ସାଧାରଣ ସମ୍ପାଦକ ରମେଶ ପଣ୍ଡା , ଯୁବନେତା ପ୍ରଭାସ କୁମାର ପଣ୍ଡା , ସତ୍ୟ ମୋହନ ବେଦ ପାଣି , ଦିଲ୍ଲିପ କୁମାର ପ୍ରଧାନ , ଶରତ ମିଶ୍ର , ସୁବଳୟା ମଣ୍ଡଳ ସଭାପତି ଅଶୋକ କୁମାର ସାହୁ , ରାଧା ଚରଣ ମେହେରଙ୍କ ସେମତ ଶତାଧିକ ଦଳୀୟ କର୍ମକର୍ତ୍ତା ତଥା କର୍ମୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ଶୋଭାଯାତରାରେ ସାମିଲ ହୋଇଥିଲେ । ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଓ ଜିଲ୍ଲା ଭାଜପା ସଭାପତି ବେଣୁଧର ଦାସ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ବୀରମହାରାଜପୁର ଆମ ଦଳର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ତ୍ରିରଙ୍ଗା ପରାକ୍ରମ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଆମେ ଗର୍ବ ଅନୁଭବ କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ଶୋଭାଯାତ୍ରା ଦେଶର ସୈନିକ ମାନଙ୍କ ପାଇଁ ଗୌରବର ଅବସର ଓ ଅପରେସନ ସିନ୍ଦୂରର ଅଦ୍ୱିତୀୟ ସଫଳତାକୁ ଆଜି ସାରା ବିଶ୍ବ ଦେଖୁଛି । ଅପରେସନ ସିନ୍ଦୂର ଜରିଆରେ ଭାରତରେ ସୈନ୍ୟ ଯେପରି ନିଜର ଶୌର୍ଯ୍ୟ, ଧୈର୍ଯ୍ୟ ଓ ପରାକ୍ରମ ଦେଖାଇଛି, ତାହା ସାରା ବିଶ୍ବରେ ଭାରତର ଏକ ଶକ୍ତିଶାଳୀ ଚିତ୍ର ଉପସ୍ଥାପନ କରିଛି। ଆମ ସେନା ଆତଙ୍କବାଦୀ ମାନଙ୍କୁ ନିପାତ କରିବା ସହିତ ସେମାନଙ୍କୁ ଆଶ୍ରୟ ଦେଉଥ‌ିବା ପାକିସ୍ତାନକୁ ଦୃଢ଼ ଓ ଉଚିତ ଜବାବ ଦେଇଛନ୍ତି ବୋଲି ବିଧାୟକ ଶ୍ରୀଯୁକ୍ତ ଜଗଦଲା ଓ ଜିଲ୍ଲା ଭାଜପା ସଭାପତି ଶ୍ରୀଯୁକ୍ତ ଦାସ କହିଛନ୍ତି।