Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ହେରା ଫେରି ୩’ରେ ପରେଶଙ୍କ ସ୍ଥାନ ନେବେକି ପଙ୍କଜ ତ୍ରିପାଠୀ, ଜାଣନ୍ତୁ କଣ କହିଲେ…

ମୁମ୍ବାଇ: ହେରା ଫେରି ୩ରୁ ପରେଶ ରାୱଲ ଓହରିବା ପରେ ପ୍ରଶଂସକମାନେ ତାଙ୍କର ଆଇକନିକ୍ ଭୂମିକା ବାବୁ ଭାଇୟା ଚରିତ୍ରକୁ ନେଇ ଆଲୋଚନା କରୁଛନ୍ତି। ଦର୍ଶକ ଦାବି କରୁଛନ୍ତି ଯେ ପରେଶଙ୍କ ବଦଳରେ ପଙ୍କଜ ତ୍ରିପାଠୀ ବାବୁ ଭାଇୟା ଭୂମିକାରେ ଅଭିନୟ କରନ୍ତୁ। ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ନିର୍ମାତାଙ୍କୁ ଟ୍ୟାଗ୍ କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଯଦି ପରେଶ ଫିଲ୍ମର ଅଂଶ ନୁହଁନ୍ତି, ତେବେ ତାଙ୍କ ସ୍ଥାନରେ ପଙ୍କଜ ତ୍ରିପାଠୀଙ୍କୁ କାଷ୍ଟ କରାଯିବା ଉଚିତ। ଏବେ ପଙ୍କଜ ଏସବୁ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ପଙ୍କଜ ତ୍ରିପାଠୀ କହିଛନ୍ତି ଯେ ଲୋକମାନେ ପରେଶଙ୍କ ସ୍ଥାନରେ ମୋ ନାମ ଦାବି କରୁଛନ୍ତି। ମୁଁ ମଧ୍ୟ ଏହା ପଢ଼ିଛି। ମୁଁ ମଧ୍ୟ ଏସବୁ ଶୁଣିଛି, କିନ୍ତୁ ମୁଁ ବିଶ୍ୱାସ କରେ ନାହିଁ। ପରେଶ ସାର୍ ଜଣେ ଚମତ୍କାର ଅଭିନେତା। ସେମାନଙ୍କ ଆଗରେ ମୁଁ ଶୂନ୍ୟ, କିଛି ନୁହେଁ। ମୁଁ ତାଙ୍କୁ ବହୁତ ସମ୍ମାନ କରେ। ତେଣୁ ମୁଁ ଭାବୁନାହିଁ ଯେ ମୁଁ ଠିକ୍ ବ୍ୟକ୍ତି।”

ଉଲ୍ଲେଖଥାଉ କି, ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ପ୍ରଶଂସକମାନେ ନାନା ପାଟେକର, ବିଜୟ ରାଜ ଏବଂ ବ୍ରାହ୍ମଣାନନ୍ଦଙ୍କୁ ବାବୁ ଭାୟା ଭୂମିକାରେ ଅଭିନୟ କରିବାକୁ ଦାବି କରୁଛନ୍ତି।