ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଚମ୍ପାମାଲ ଠାରେ ନୂତନ ଅଙ୍ଗନୱାଡି ଗୃହ କୁ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଶୁଭ ଉଦଘାଟନ କରଛନ୍ତି l ଏଥି ସହିତ ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ର ଉନ୍ନତି ପାଇଁ ତିରିଶ କୋଟି ଟଙ୍କାର ଅର୍ଥ ର ବ୍ୟବସ୍ଥା କରାଯାଇଥିବାର ମନ୍ତ୍ରୀ ପ୍ରକାଶ କରିଥିଲେ l ଉକ୍ତ ବୈଠକ ରେ ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା , ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର ପ୍ରମୁଖ ଯୋଗ ଦେଇଥିଲେ l ଏଥି ସହିତ ଉଲୁଣ୍ଡା ବ୍ଲକ ପଲାଶ ଛକ ଠାରେ ମୁଖ୍ୟମନ୍ତ୍ରୀ ରାସ୍ତା ର ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ସୂର୍ଯ୍ୟ ନନ୍ଦ , ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ଙ୍କ ସମେତ ବହୁ ସରକାରୀ କର୍ମଚାରୀ ତଥା ବିଜେପି କର୍ମୀ ଯୋଗ ଦେଇଥିଲେ l ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ l
ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଙ୍କ ଦ୍ଵାରା ଅଙ୍ଗନୱାଡି ଗୃହ, କମ୍ୟୁନିଟି ସେଣ୍ଟର ଉଦଘାଟିତ
