ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମନ୍ତ୍ରୀ ରବିନାରାୟଣ ନାଏକ


ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଲୁଣ୍ଡା ବ୍ଲକ୍ ର ବିଭିନ୍ନ ସ୍ଥାନରେ ଭିତ୍ତି ପ୍ରସ୍ତର ସ୍ଥାପନ ତଥା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ । ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ଅବସରରେ ଉଲୁଣ୍ଡା ବ୍ଲକର ନାଏକପଡ଼ା କପାଶିରା ଠାରୁ ମୁଣ୍ଡୋଘାଟ ଭାୟା ପଲାସ ରାସ୍ତାର ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତ ସ୍ଥାପନ କରି ମନ୍ତ୍ରୀ କହିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଲୋକଙ୍କ ସରକାରରେ ସଡ଼କ ପରିବହନ ଓ ଗମନାଗମନ ଭିତ୍ତିଭୂମି ସୁଦୃଢ଼ ହେଉଛି । ଏହି ରାସ୍ତା ନିର୍ମାଣ ସ୍ଥାନୀୟ ଲୋକଙ୍କ ଯାତାୟାତ ସେବାକୁ ଆହୁରି ସୁଗମ କରିବା ସହିତ ଅଞ୍ଚଳର ଅର୍ଥନୈତିକ ଉନ୍ନତିକୁ ଗତି ଦେବ । ସେହିପରି ବୀରମହାରାଜପୁର ସ୍ଥିତ ଚମ୍ପାମାଲ ଠାରେ ନୂତନ ଅଙ୍ଗନୱାଡି ଗୃହ୍ ଶୁଭ ଉଦଘାଟନ ସହିତ ୬୩ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ କରା ଯାଇଛି। ଏଥି ସହିତ ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ର ଉନ୍ନତି କରଣ ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଥିବାର ମନ୍ତ୍ରୀ ପ୍ରକାଶ କରିଥିଲେ l ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ସଭାପତିତ୍ତ୍ବ କରିଥିବାବେଳେ ରେ ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା , ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର ପ୍ରମୁଖ ଯୋଗଦାନ ଦେଇଥିଲେ l ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ l