ବୀରମହାରାଜପୁର : (ସୌମିତ୍ରି ମେହେର) ଆଜି ପୂର୍ବାହ୍ନରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରାହିତ୍ୟ ରେ ବିଭିନ୍ନ ଗ୍ରାମର ପିଇବା ପାଣି ସମସ୍ୟା ଓ ସମାଧାନ ପାଇଁ ଏକ ଜରୁରୀ ବୈଠକ ଗ୍ରାମ ପଂଚାୟତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା l ଶନିବାର ବିଭିନ୍ନ ଜଳକ୍ଲୀଷ୍ଟ ଗ୍ରାମବାସୀ ଙ୍କ ମତାମତ କୁ ଭିତ୍ତିକରି ସରପଞ୍ଚ ସମ୍ବେଦନଶୀଳ ପ୍ରଶାସନ ଓ ତ୍ୱରିତ ଆଶୁ ପଦକ୍ଷେପ ନେଲେ ମୋ ଉଫୁଲା ପଂଚାୟତ ପିଇବା ପାଣି ଯୋଗାଣ ସମ୍ଭବ ବୋଲି କହିଛନ୍ତି l କମଲପୁର ପାଇପ ଜଳ ଯୋଗାଣ ଦଳିତ ବସ୍ତି ସମେତ ସମସ୍ତ ପଡା କୁ ପହଞ୍ଚାଇ ବାକୁ ହେଲେ 5 ଗୋଟି 3 ଇଞ୍ଚ ଭଲଭ ଲଗାଇବା, ସମସ୍ତ 36 ଗୋଟି ଷ୍ଟାଣ୍ଡ ପୋଷ୍ଟ ରେ ଟେପ ସଂଯୋଗ , 3ଘଣ୍ଟା ମୂଳ ସୋର୍ସ ରୁ 20 ଏଚ ପି ନୂତନ ମଟର ପମ୍ପ ଲାଗିବା , ଲାଗିଥିବା ମଟର ପମ୍ପ ଉପଯୁକ୍ତ ପରିମାଣ ପାଣି ଯୋଗାଣ ରେ ତ୍ରୁଟି ଥିବାରୁ ଅପସରଣ ନେଇ ପମ୍ପ ଡ୍ରାଇଭର ତଥା ଏସ ଇ ଏମ ଓ ୱାର୍ଡ ମେମ୍ବର ମାନେ ଦାବୀ କରିଥିଲେ l କାନ ପୁର ପାଇପ ଜଳ ଯୋଗାଣ ପ୍ରକଳ୍ପ ପମ୍ପ ହାଉସ ରଙ୍ଗ କାମ ସାରି ହସ୍ତାନ୍ତରଣ , ଫାଟି ଥିବା ପାଇପ ଓ ଷ୍ଟାଣ୍ଡ ପୋଷ୍ଟ ରେ ଆବଶ୍ୟକତା ଅନୁସାରେ ଟେପ ସଂଯୋଗ ନେଇ ଆଲୋଚନା ହୋଇଥିଲା l ଉଫୁଲା ରେ ନୂତନ ଭାବେ ଖୋଲା ଯାଇଥିବା ଇନ ଟେକ ୱେଲ ରୁ ପାଇପ ଜଳଯୋଗାଣ , ନୂତନ ଟ୍ରାନ୍ସଫରମର ବିଦ୍ୟୁତ ଲାଇନ ସଂଯୋଗ, ପମ୍ପ ହାଉସ ହସ୍ତାନ୍ତରଣ, ନୂତନ ମଟର ପମ୍ପ 7.5 ଏଚ ପି ର ଲଗାଇବା, ଷ୍ଟାଣ୍ଡ ପୋଷ୍ଟ ଟେପ ସଂଯୋଗ, ଫାଟିଥିବା ପାଇପ ମରାମତି,ହିଲୁଙ୍ଗ ଗ୍ରାମ ପଂଚାୟତ ଠାରୁ ରଣା ପାଲି ପାଇପ ଜଳ ଯୋଗାଣ ବିଦ୍ୟୁତ ଶୁଳ୍କ ଅଂଶ ଆଣିବା ଓ ଗୁନି ପଡ଼ା ପାଇପ ଜଳ ଯୋଗାଣ ପାଇଁ ଚମ୍ପମାଲ ପଂଚାୟତ କୁ ବିଦ୍ୟୁତ ଶୁଳ୍କ ଅଂଶ ପ୍ରଦାନ ଓ ଚମ୍ପlମାଲ ଅଭରହେଡ଼ ଟେଂକ ରୁ ତାଙ୍ଗାରସାହି ପଥର ଟାଙ୍ଗର ବାସୀ ଙ୍କୁ ଦୈନିକ ସାର୍ବନିମ୍ନ 1 ଘଣ୍ଟା ଜଳଯୋଗାଣ ଉପରେ ପମ୍ପ -ଡ୍ରାଇଭର କିଶୋର ଭୋଇ, ୱାର୍ଡ ସଭ୍ୟ ମିନତୀ ଭୋଇ , ରୁକସନ ବିବି, ଉପସ୍ଥିତ ଗ୍ରାମବାସୀ ଦାବୀ କରି ଥିଲେ l ଟିଠିପାଲି , ରଥପୁର ପାଇପ ଜଳଯୋଗାଣ ପ୍ରକଳ୍ପ ସବୁ ପଡl କୁ ପାଇପ ବିଛାଇବା ଓ ଉଫୁଲା ଗ୍ରାମ ପଂଚାୟତ କୁ ହସ୍ତାନ୍ତରଣ ନେଇ ଉପସ୍ଥିତ ଗ୍ରାମବାସୀ ଓ ୱାର୍ଡ ମେମ୍ବର ଦାବୀ କରିଥିଲେ l ଖମେଶ୍ବରୀ ପାଲି ସୋଲାର ପାଇପ ଜଳଯୋଗଣ ପ୍ରକଳ୍ପ ମରାମତି , ଟାଙ୍ଗର ସାହି, ଗୌଡ଼ କେଲା ବାସୀଙ୍କୁ ଟେଙ୍କର ଜଳଯୋଗାଣ ବଦଳରେ ସ୍ଥାୟୀ ପାଇପ ଜଳ ଯୋଗାଣ ନେଇ ଗ୍ରାମବାସୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ , ୱାର୍ଡ ମେମ୍ବର ଦାବୀ କରିଥିଲେ l ବିକଳପାଲି ଗ୍ରାମ ଓ ପଣ୍ଡାପାଲି-ଡାହାଣୀ ଜୋର ସ୍ଥିତ ଇନଟେକ ୱେଲରୁ ପାଇପ ଜଳଯୋଗାଣ ପୁନଃ କାର୍ଯ୍ୟକ୍ଷମ ନେଇ ବିଦ୍ୟୁତ ବିଭାଗ ଖାଉଟି ନମ୍ବର ସଂଗ୍ରହ, ବିକଳ ପାଲି , ପଣ୍ଡାପାଲି , ଖେତି ସାହି, ଦନ୍ତା ପାଲି ଗ୍ରାମକୁ ପାଇପ ଜଳ ଯୋଗାଣ ନେଇ ଆଲୋଚନା ହୋଇଥିଲା l ଅନ୍ୟାନ୍ୟ ଗାଁ ଜଳ ଯୋଗାଣ , ଜଳଛତ୍ର ବ୍ୟବସ୍ଥା , ସ୍ୱାବଲମ୍ବୀ କାରିଗର ଓ ପମ୍ପ ଡ୍ରାଇଭର ଙ୍କ ଦାୟିତ୍ୱ, ୱାର୍ଡ ମେମ୍ବର ଙ୍କ କର୍ତ୍ତବ୍ୟ , ଗାଁରେ ଘର ମାନଙ୍କରେ ଲାଗିଥିବା ମଟର ପମ୍ପ ନିଷିଦ୍ଧ ଉପରେ ଆଲୋଚନା ହୋଇଥିଲା l ଶ୍ରୀୟା କର୍ମୀ ସରପଞ୍ଚ ଉଫୁଲା ପଂଚାୟତ ର ବିଭିନ୍ନ ଗ୍ରାମର ପାନୀୟ ଜଳ ଯୋଗାଣ ନେଇ ପ୍ରସାଶନ ସହ ଲିଖିତ ଜଣାଇବା ଓ ଆବଶ୍ୟକ ସ୍ଥଳେ ଗୋଷ୍ଠୀ ଭାଗିଦାରୀ ଓ ଗ୍ରାମବାସୀ ସହଯୋଗ କରିବାକୁ ଅନୁରୋଧ କରିଥିଲେ l ଆଲୋଚନାରେ ନାଏବ ସରପଞ୍ଚ କମଳିନୀ ମହାପାତ୍ର , ୱାର୍ଡ ମେମ୍ବର ସୁଦାମ ଭୂଇ, ଶିବାନୀ ସାହୁ , କଳ୍ପନା ଓତା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ କର୍ମ କର୍ତ୍ତା , ଏମ ବି କେ ପଦ୍ମାଳୟା ନନ୍ଦ , ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିତାଞ୍ଜଳି ରଥ ପଂଚାୟତ କର୍ମଚାରୀ ଦେବେନ୍ଦ୍ର ପଣ୍ଡା ଓ ମଧୁ ସୁଦନ ଚାନ୍ଦ ସହଯୋଗ କରିଥିଲେ l
ଉଫୁଳା ଗ୍ରାମ ପଞ୍ଚାୟତ ପିଇବା ପାଣି ଯୋଗାଣ ସମସ୍ୟା ସମାଧାନ ପାଇଁ ଜରୁରୀ ବୈଠକ
