ଅସହାୟ ମହିଳାଙ୍କୁ ରକ୍ତ ଦେଇ ଜୀବନ ରକ୍ଷା କଲେ ମହିଳା ସ୍ଵାସ୍ଥ୍ୟ କର୍ମି


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବଡ଼ମାଳ ଗାଁର ଫୁଲକଢ଼ି ସୁନା କିଡ଼ନୀ ରୋଗରେ ପୀଡିତ ହୋଇ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଇଥିଲେ । ଡାକ୍ତର ତୁରନ୍ତ ରକ୍ତ ଆବଶ୍ୟକ ଥିବା କହିବାରୁ ପରିବାର ଲୋକେ ବଡ଼ମାଳ ଗାଁର ରାଜକୁମାର ସିଂଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କ ଧର୍ମପତ୍ନୀ ସୋନାଲି ଜଗଦଳା ପୂର୍ବରୁ 6 ଥର ରକ୍ତଦାନ କରିସାରିଥିବାରୁ ତାଙ୍କୁ ଅନୁରୋଧ କରିଲେ ‌।ଫଳରେ ହସ୍ପିଟାଲରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରେ ଥାଇ ବି ସୋନାଲି ଜଗଦଳା ରକ୍ତଦାନ କରିଲେ ଓ ଫୁଲକଢ଼ି ସୁନାଙ୍କ ପାଇଁ ଅସମୟରେ ସହାୟକ ହେଲେ । ସାମାଜିକ କର୍ମୀ ଶମ୍ଭୁରାଜ କର୍ଣ୍ଣ ସୋନାଲି ଜଗଦଲାକୁ ସାକ୍ଷାତ କରି ଧନ୍ୟବାଦ ଜଣାଇବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛି ବୋଲି କହିଥିବାବେଳେ ଏଇ ମହତ୍ କାମ ପାଇଁ ସୋନାଲିଙ୍କୁ ସବୁଆଡେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।