Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳ ରେ ଚାଲିଛି ଖୁଲମ୍ ଖୁଲାମ ବାଲି ଚୋରା ଚାଲାଣ l ବୀରମହାରାଜପୁର ତହସିଲଦାର ଙ୍କ ସହ ସମସ୍ତ ରାଜସ୍ଵ ଅଧିକାରୀ, ଜିଲ୍ଲା ଖଣି ଅଧିକାରୀ, ଥାନା ଅଧିକାରୀ, ବନବିଭାଗ ଅଧିକାରୀ ଙ୍କୁ ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲେ ହେଁ ମହାନଦୀ କି ହରିହର ଜୋର ବଳିଘlଟରେ ଚଢାଉ ହେଉନାହିଁ l ମହାନଦୀ ର ଏହି ଅମୁଲ୍ୟ ସମ୍ପଦ ବାଲି ଚୋରା ଚାଲାଣ କୁ ରୋକିବାପାଇଁ ଓ ବାଲି ମଫିଆ ଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଗତ ଡିସେମ୍ବର ମାସରେ ବୀରମହାରାଜପୁର ତହସିଲଦାର , ବୀରମହାରାଜପୁର ଓ ସୁବଳୟା ଥାନା ଅଧିକାରୀ , ଜିଲ୍ଲା ଖଣି ଅଧିକାରୀ , ସମସ୍ତ ରାଜସ୍ଵ ଅଧିକାରୀ ଓ ବନବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ବାଲିଘାଟରେ ଅଧିକାରୀ ମାନଙ୍କ ଦିନଟିଏ ବି ପାଦ ପଡିନାହିଁ l ଯାହା ଫଳରେ ଏହାର ସୁଯୋଗ ନେଇ ବିଶେଷ କରି ପିତlମହୁଲ ପଂଚାୟତ ର ଦୁରଦୂରା ବାଲି ଘାଟରୁ ଦିନ ବେଳା ଏବଂ ସନ୍ଧ୍ୟାରୁ ଭୋର ସକାଳ ପର୍ଯ୍ୟନ୍ତ ବେଧଡକ ଭାବରେ ନିୟମିତ ଚାଲିଛି ସେହିଭଳି ଭାବରେ ଅନ୍ୟ ମହାନଦୀ ବାଲିଘାଟ, ହରିହର ଯୋର , ମୃଷୁଣ୍ଢି , ସୁନlରିବେର୍ଣି , ସୁବଳୟା , ଗୋଧାନେଶ୍ୱର୍ , କେଲଗା , ପଣ୍ଡୁଆ ,ଖାମେଶ୍ୱରିପlଳି , ରଥପୁର, କେଉଁଟିପାଲି , ଜଟେ ସିଂହl , ଦେଉଳି ଆଦି ବାଲି ଘାଟରୁ ବେଆଇନ ଭାବେ ଦିନରାତି , ହାଇୱା ଏବଂ ଟ୍ରକ ଦ୍ଵାରା ପ୍ରତିଦିନ ବାଲି ଚୋରା ଚାଲାଣ ହେଉଅଛି l ବିଶେଷ କରି ପିତlମହୁଲ୍ ପଂଚାୟତ ର ଦୁରଦୂରା ମହାନଦୀ ବାଲି ଘାଟରୁ ବାହାର ଜିଲ୍ଲାର ବାଲି ମାଫିଆ ମାନେ ଦିନ ବେଲା ବାଲି ବୋଝେଇ ଦୃତ ଗତିରେ ବାଲି ଚୋରାଚାଲାଣ କରୁଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ଦାୟୀତ୍ଵ ରେ ଥିବା ଅଧିକାରୀ ମାନେ ସବୁ ଦେଖି ନ ଜାଣିଲା ପରି ଅଭିନୟ କରିଥିବା ଦେଖିବାକୁ ମିଳେ l ହାଇୱା ଓ ଟ୍ରକ ଗୁଡିକ ବିନା ଚାଳlନ ରେ ବାଲି ଚୋରି କରି ନେଉଥିବାରୁ ଗାଆଁ ଗଣ୍ଡା , ଛକ ରାସ୍ତା, ଟ୍ରାଫିକ କୁ ନ ମାନି ଦ୍ରୁତ ଗତିରେ ଯା ଆସ କରୁଥିବାରୁ ସାଧାରଣ ଲୋକ, ଓ ପାଠ ପଢ଼ିବାକୁ ଯାଉଥିବା ଛାତ୍ର ଛାତ୍ରୀ ନିଜକୁ ନିରାପଦ ମଣୁନାହିଁ l ଅପର ପକ୍ଷରେ ରାଜ୍ୟ ସରକାରଙ୍କ ଦୈନିକ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି ଏଥି ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି l ଏଣୁୁ ତୁରନ୍ତ ଜିଲ୍ଲlପାଲ ସୁବର୍ଣ୍ଣପୁର , ଖଣି ଅଧିକାରୀ ସୁବର୍ଣ୍ଣପୁର , ତହସିଲଦାର ବୀରମହାରାଜପୁର , ଥାନା ଅଧିକାରୀ ବୀରମହାରାଜପୁର ଓ ସୁବଳୟା, ବନବିଭାଗ ଅଧିକାରୀ ଏବଂ ରାଜସ୍ଵ ଅଧିକାରୀ ମାନେ ଚୋରା ବାଲି ଚାଲାଣ କୁ ରୋକିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାରଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ଓ ଜନସାଧାରଣରେ ଦlବିହୁଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ