Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ଝଡ଼ବର୍ଷା, ବିମାନ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ରାତିରେ ପାଣିପାଗରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ରାଜ୍ୟରେ ଝଡ଼ ସହିତ ପ୍ରବଳ ବର୍ଷା ହୋଇଥିଲା। ଏହା ଯୋଗୁଁ ଦିଲ୍ଲୀର ମୋତି ବାଗ, ମିଣ୍ଟୋ ରୋଡ୍, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଏବଂ ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ଭଳି ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଥିଲା। ଯାହା ଫଳରେ ଯାତାୟାତ ପ୍ରଭାବିତ ହୋଇଥିଲା। ମୋଟ ୨୫ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।

ପାଣିପାଗ ବିଭାଗ ଆଜି ପାଇଁ ଦେଶର ୨୧ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ଝଡ଼ ହେବାର ସତର୍କତା ଜାରି କରିଛି। ଲଗାତାର ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ପାଣି ଜମି ରହିବା, ପ୍ରବଳ ପବନ ଏବଂ ଅତ୍ୟଧିକ ଯାତ୍ରୀଙ୍କ ଭିଡ଼ ଯୋଗୁଁ ଅନେକ ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା ଏବଂ ଅନେକକୁ ବାତିଲ କରିବାକୁ ମଧ୍ୟ ପଡିଥିଲା। ଯାହା ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି। ଯେଉଁଥିରେ ଯାତ୍ରୀମାନଙ୍କୁ ସମୟ ସମୟରେ ସେମାନଙ୍କର ବିମାନ ସୂଚନା ଯାଞ୍ଚ କରିବାକୁ ଏବଂ ଯେକୌଣସି ଅପଡେଟ୍ ପାଇଁ ବିମାନ କମ୍ପାନୀ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ