Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବର ୪ର୍ଥ ବଡ଼ ଅର୍ଥନୈତିକ ଦେଶ ବନିଲା ଭାରତ

ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୈତିକ ଦେଶ ହୋଇସାରିଛି। ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ ଶନିବାର ଏହି ସୂଚନା ଦେଇଛନ୍ତି। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ଦଶମ ବୈଠକ ପରେ ସେ କହିଛନ୍ତି, ‘ଭାରତ ପାଇଁ ବିଶ୍ୱ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ ରହିଛି ଏବଂ ଆମେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି।’

ଆଜି ଆମେ ୪ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହୋଇଛୁ। ନୀତି ଆୟୋଗର ବୈଠକ ପରେ, ସିଇଓ ବିଭିଆର ସୁବ୍ରମଣ୍ୟମ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ତଥ୍ୟକୁ ଉଦ୍ଧୃତ କରି କହିଛନ୍ତି ଯେ ଏବେ ଭାରତୀୟ ଅର୍ଥନୀତି ଜାପାନ ଠାରୁ ବଡ଼ ହୋଇଯାଇଛି। ଭାରତ ଏହି ମାଇଲଖୁଣ୍ଟ ହାସଲ କରି ଇତିହାସ ସୃଷ୍ଟି କରିଛି ଏବଂ ଏବେ କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ଅଛି।

ସୁବ୍ରହ୍ମଣ୍ୟମ୍ ଆହୁରି କହିଛନ୍ତି ଯେ ଯଦି ଆମେ ଆମର ଯୋଜନାରେ ଅଟଳ ରହିବା ତେବେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଆମେ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରିବୁ। ଭାରତ ଦୀର୍ଘ ସମୟ ଧରି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇଆସିଛି ଏବଂ ଏବେ ଏହା ଜାପାନକୁ ପଛରେ ପକାଇ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ