ମୋଦୀ-ନବୀନଙ୍କ ଭେଟଘାଟ୍‌କୁ ନେଇ ସରଗରମ ରାଜନୀତି; ସିବିଆଇ-ଇଡି ଭୟରେ ମୋଦୀଙ୍କୁ ଭେଟିଛନ୍ତି ନବୀନ; କଂଗ୍ରେସ


ଭୁବନେଶ୍ବର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋଦୀଙ୍କୁ ଭେଟି ଓଡ଼ିଶାର ୪ ଦାବି ରଖିଥିଲେ ନୀବନ। ନବୀନ ଏ କଥା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଉଭୟଙ୍କ ସାକ୍ଷାତ ସୌଜନ୍ୟମୂଳକ ଥିଲା। କୌଣସି ରାଜନୈତିକ ଆଲୋଚନା ହୋଇନଥିଲା। ତେବେ ବି ମୋଦୀ-ନବୀନଙ୍କ ସାକ୍ଷାତକୁ ନେଇ ସରଗରମ ରାଜନୀତି ।

ସେପଟେ ଉଭୟଙ୍କ ଙେଟଘାଟକୁ ନେଇ ସମାଲୋଚନା କରିଛି କଂଗ୍ରେସ। ସିବିଆଇ-ଇଡି ଭୟରେ ମୋଦୀଙ୍କୁ ନବୀନ ଭେଟିଛନ୍ତି ବୋଲି କଂଗ୍ରେସ ମତବ୍ୟକ୍ତ କରିଛି। ଅନ୍ୟପଟେ ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଗଣତନ୍ତ୍ରର ଏକ ପ୍ରକ୍ରିୟା ବୋଲି ବିଜେପି କହିଛି ।

ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହୀନିପତି କହିଛନ୍ତି ଯେ ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ସିବିଆଇ ଓ ଇଡି ଚଢଉ କମ୍‌ ରହିଛି। ଯଦି ଏ ତୃତୀୟ ସାମ୍ମୁଖ୍ୟକୁ ଯିବେ ତା ପରେ ଇଡି ଓ ସିବିଆଇ ଚଢାଉର ଭୟ ରହିଛି । ତେଣୁ ଉପରେ ମୁହାଁମୁହିଁ ହେଉଛନ୍ତି ସେପଟେ କୋଳାକୋଳି ହେବେ ବୋଲି କହିଛନ୍ତି ତାରା ବାହୀନିପତି। ତେବେ ଏକଥାକୁ ଖଣ୍ଡନ କରିଛି ବିଜେପି।