ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ଗ୍ରାମ ଠାରେ ପିତାମହୁଲ କେନ୍ଦ୍ର ସ୍ତରୀୟ ଡୁମାଳ ଜାତି ସମାଜ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପିତାମହୁଲ ଗ୍ରାମର ଭୈରବୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ସମସ୍ତ କର୍ମକର୍ତ୍ତା ମଶାଳ ଯାତ୍ରା ପୂର୍ବକ ଶିବ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇଥିଲା । ଆୟୋଜିତ କାର୍ଯ୍ଯକ୍ରମରେ ପିତାମହୁଲ କେନ୍ଦ୍ର ସଭାପତି ଶରତ ଗାଇଗରିଆ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର , ସମ୍ମାନୀତ ଅତିଥି ଭାବରେ ବାଗବର କେନ୍ଦ୍ର ସମ୍ପାଦକ ହରିହର ପଧାନ ଯୋଗଦାନ କରିଥିଲେ । ପିତାମହୁଲ କେନ୍ଦ୍ର ସମ୍ପାଦକ ଅଶ୍ଵିନୀ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମସ୍ତ ଜାତି ଗଙ୍ଗା ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ବାର୍ଷିକ ବୈଠକ ବିବରଣୀ ପାଠ କରି, ଆୟ ବ୍ୟୟ ଉପସ୍ଥାପନା କରିଥିଲେ । କେନ୍ଦ୍ର ସଭାପତି ନୂତନ କେନ୍ଦ୍ର କମିଟି ଗଠନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହି ବୈଠକରେ ସମସ୍ତ ଜାତି ଗଙ୍ଗା ମାନଙ୍କର ମତାମତ ଅନୁସାରେ ନୂତନ କେନ୍ଦ୍ର କମିଟି ଗଠନ କରାଯାଇଛି । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଶ୍ରୀକାନ୍ତ କର୍ମୀ ଙ୍କୁ ମନୋନିତ କରାଯାଇ ଥିବାବେଳେ ଉପ – ସଭାପତି – ଶୁଭେନ୍ଦୁ କର୍ମୀ ଓ ଋଷୁଭ ପଧାନ, ସମ୍ପାଦକ ଭାବେ ଅଶ୍ଵିନୀ ପାତ୍ର , ସହ – ସମ୍ପାଦକ – ଡିଙ୍ଗିର ମହାକୁର ଓ ସଞ୍ଜୟ କଲତା, କୋଷାଧ୍ୟକ୍ଷ – କୁଷଧର ମହାକୁର, ଜିଲ୍ଲା ପ୍ରତିନିଧି – ରାମ ପ୍ରସାଦ କର୍ଣ୍ଣ , କାର୍ଯ୍ୟକାରୀ ସଭ୍ୟ – କଲାକାହ୍ନୁ କର୍ଣ୍ଣ,, ଭୋଲାନାଥ ମହାକୁର , ଦୟାଳ ଭୋଇ , କରୁଣାକର ଭୋଇ , ମହିଳା ସଦସ୍ୟା – ରମ୍ଭା ମହାକୁର ଙ୍କୁ ଚୟନ କରାଯାଇଛି । ଶେଷରେ ନୂତନ କେନ୍ଦ୍ର ସଭାପତି ଶ୍ରୀକାନ୍ତ କର୍ମୀ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା , ଜାତି ଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।
ପିତାମହୁଲ ଠାରେ କେନ୍ଦ୍ର ସ୍ତରୀୟ ଦୁମlଲ ସାମାଜ ର ବାର୍ଷିକ ବୈଠକ ଅନୁଷ୍ଠିତ
