ଚିପିଲିମା, ୨୫/୫ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କରଡୋଳା ପଞ୍ଚାୟତ ପୂର୍ବତନ ସରପଞ୍ଚ ରବିନାରାୟଣ ନାୟକଙ୍କ ୬୯ ବୟସରେ ଚିକିତ୍ସା ଧୀନ ଭାବରେ ପରଲୋକ ହୋଇଯାଇଛି l ଖବରଟି ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନା ଅନୁସାରେ ସେ କିଛିଦିନ ହେଲା ବିଭିନ୍ନ ରୋଗରେ ପୀଡିତ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ,ମୃତ୍ୟୁ ବରଣ କରିଥିଲେ l ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ପୁଅ, ବହୁ,ନାତି, ନାତୁଣୀ ତଥା ସମସ୍ତ ଭାଇ ସମେତ ପରିବାର ବର୍ଗ, ବନ୍ଧୁ ପରିଜନ ସହ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ତାଙ୍କର ଶେଷକୃତ୍ୟ ନିକଟସ୍ଥ ମହାନଦୀ ସ୍ମଶାନ ଘାଟରେ ହୋଇଥିବାବେଳେ, ବଡ଼ ପୁଅ ଅଶ୍ୱିନୀ ମୁଖାଗ୍ନି ଦେଇଥିଲେ l ପ୍ରକାଶ ଥାଉକି ସ୍ବର୍ଗତ ନାୟକ ଜଣେ ସରଳ ମିଷ୍ଟଭାସି, ମେଳାପୀ ବ୍ୟକ୍ତି ଥିବାବେଳେ ତାଙ୍କରି ବିୟୋଗରେ ଶୋକର ଛାୟା ଖେଳିଯାଇଛି l
କରଡୋଳା ପୂର୍ବତନ ସରପଞ୍ଚ ରବିନାରାୟଣ ନାୟକଙ୍କ ପରଲୋକ
