Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ହେରା ଫେରି ୩’ର ସାଇନିଂ ଆମାଉଣ୍ଟ ଫେରାଇଲେ ପରେଶ ରାୱଲ

ମୁମ୍ବାଇ: ଅଭିନେତା ପରେଶ ରାୱଲ ‘ହେରା ଫେରି ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଅକ୍ଷୟ କୁମାରଙ୍କ ଦ୍ୱାରା ପ୍ରଯୋଜିତ ହେଉଛି। ପରେଶ ରାୱଲ ଅଧାରୁ ଫିଲ୍ମ ଛାଡି ଦେବା ପରେ ଅକ୍ଷୟ କୁମାର ତାଙ୍କୁ ଏକ ଆଇନଗତ ନୋଟିସ ପଠାଇଥିଲେ। ଆଉ ଏବେ ସୁଟିଂ ପାଇଁ ତାଙ୍କୁ ଆଗୁଆ ଦିଆଯାଇଥିବା ୧୧ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଫେରାଇ ଦେଇଛନ୍ତି ପରେଶ। କେବଳ ଏତିକି ନୁହେଁ ସେ ଏହି ରାଶି ସହିତ ୧୫ ପ୍ରତିଶତ ସୁଧ ମଧ୍ୟ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ଅଭିନେତା ପରେଶ ରାୱଲ ‘ହେରା ଫେରି ୩’ରୁ ବାହାରିବା ପରେ ତାଙ୍କର ସାଇନିଂ ଆମାଉଣ୍ଟ ଫେରାଇ ଦେଇଛନ୍ତି। “ପରେଶ ରାୱଲ ୧୫% ବାର୍ଷିକ ସୁଧ ସହିତ ୧୧ ଲକ୍ଷ ଟଙ୍କା ସାଇନିଂ ଆମାଉଣ୍ଟ ଫେରାଇ ଦେଇଛନ୍ତି। ସେ ଫିଲ୍ମରୁ ଓହରି ଯାଇଥିବାରୁ ସେ କିଛି ଅଧିକ ଟଙ୍କା ମଧ୍ୟ ଦେଇଛନ୍ତି।

ତେବେ ଟର୍ମ ସିଟ୍ ଅନୁଯାୟୀ, ପରେଶ ରାୱଲଙ୍କୁ ସାଇନିଂ ଆମାଉଣ୍ଟ ଭାବରେ ୧୧ ଲକ୍ଷ ଟଙ୍କା ଦିଆଯାଇଥିଲା। ତାଙ୍କର ମୋଟ ଫିସ୍ ୧୫ କୋଟି ଟଙ୍କା ସ୍ଥିର କରାଯାଇଥିଲା। ଟର୍ମ ସିଟ୍ ରେ ଏହା ମଧ୍ୟ ଲେଖାଯାଇଥିଲା ଯେ ପରେଶ ରାୱଲ ଫିଲ୍ମ ରିଲିଜ୍ ହେବାର ଗୋଟିଏ ମାସ ପରେ ବାକି ୧୪.୮୯ କୋଟି ଟଙ୍କା ପାଇବେ। ପରେଶ ରାୱଲ ଏହି ସର୍ତ୍ତ ଉପରେ ଆପତ୍ତି ଉଠାଇଥିଲେ। କାରଣ ଫିଲ୍ମର ମୁଖ୍ୟ ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବା ନେଇ ଆଶା କରାଯାଉଛି। ଏହାର ଅର୍ଥ ହେଉଛି ‘ହେରା ଫେରି ୩’ର ରିଲିଜ ଡେଟ୍ ୨୦୨୬ ଶେଷ କିମ୍ବା ୨୦୨୭ ହୋଇପାରେ। ଏହାର ଅର୍ଥ ପରେଶ ରାୱଲଙ୍କୁ ତାଙ୍କର ବାକି ଫିସ୍ ପାଇବା ପାଇଁ ପ୍ରାୟ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ।

ନିକଟରେ ଅକ୍ଷୟ ତାଙ୍କ ପ୍ରଡକ୍ସନ ହାଉସ କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ମାଧ୍ୟମରେ ପରେଶ ରାୱଲଙ୍କୁ ଏକ ଆଇନଗତ ନୋଟିସ ପଠାଇ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ପ୍ରକୃତରେ ଏହି ବରିଷ୍ଠ ଅଭିନେତା ଫିଲ୍ମ ପାଇଁ ଏକ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରିଥିଲେ। ସେ ପୂର୍ବରୁ ଫି ମଧ୍ୟ ନେଇଥିଲେ। ସେ ଅକ୍ଷୟ ଏବଂ ସୁନୀଲ ଶେଟ୍ଟୀଙ୍କ ସହ ହେରା ଫେରି ୩ର ସୁଟିଂ ମଧ୍ୟ ଆରମ୍ଭ କରିଥିଲେ। କିନ୍ତୁ ସେ ଫିଲ୍ମଟିକୁ ମଝିରେ ଛାଡି ଦେଇଥିଲେ, ଯାହା ଫଳରେ ପ୍ରଡକ୍ସନ ହାଉସକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ