ଉଲୁଣ୍ଡା : (ସୌମିତ୍ରି ମେହେର) ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା-ମେଟାକାନି ମଣ୍ଡଳ ରେ ନୂତନ ମଣ୍ଡଳ ସଭାପତି ଭାବେ ମୁକୄ କୁମାର୍ ବାଘ ଙ୍କୁ ଦଳ ଦାୟିତ୍ଵ ଦେଇଥିବାରୁ ତାଙ୍କୁ ମଣ୍ଡଳ ତରଫ ରୁ ଜିଲ୍ଲା ସଭାପତି ବେଣୁଧର ଦାସ ଙ୍କ ଉପସ୍ଥିତି ରେ ସମ୍ବର୍ଦ୍ଧନା ଦିଆଯାଇଛି l ଏ ଅବସରରେ ପୁର୍ବତନ ସଭାପତି ଆଦିତ୍ୟ ପୁରୋହିତ , ସାଧାରଣ ସଂପାଦକ ବିଜୟ କୁମାର ହୋତା , ସଂପାଦକ ପ୍ରମୋଦ କର୍ମୀ ଏବଂ ମଣ୍ଡଳ ପ୍ରଭାରୀ ରାଜେନ୍ଦ୍ର କୁମାର୍ ବାଘ୍ ଙ୍କୁ ବିଦାୟ କାଳୀନ ସମ୍ବାର୍ଦ୍ଧନା ଦିଆ ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଟ ନେତା ଖିରସିନ୍ଧୁ ଭୋଇ , କୀର୍ତ୍ତନ ମୁନା , ମନୋରଂଜନ କର୍ମୀ , ଦୁର୍ଯୋଧନ ତରିଆ , ଯୁବ ନେତା ତଥାଗତ ମହାକୁର , ଅରୁଣ କୁଲିହା , ଅଂଶୁମାନ ମହାକୁର , ମନୋଜ୍ କୁମର୍ ଭେନସରା , ଧରଣୀ କୁମାର୍ ଭରାସାଗର ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ I ଶେଷରେ ପ୍ରମୋଦ କୁମାର କର୍ମୀ ଧନ୍ୟବାଦ୍ ଅର୍ପଣ କରିଥିଲେ l
ଉଲୁଣ୍ଡା- ମେଟାକାନୀ ଭାଜପା ମଣ୍ଡଳ ସଭାପତି ଭାବେ ମୁକୄ କୁମାର ବାଘ ଙ୍କୁ ଦାୟିତ୍ଵ ଅର୍ପଣ
