ପ୍ରବଳ ଝଡ଼ବର୍ଷା ରେ ଗଛ ଭାଙ୍ଗି ରାସ୍ତା ରେ ପଡ଼ିଲା ଓ ବିଦ୍ୟୁତ ଖମ୍ବ ସହ ଟ୍ରାନ୍ସଫର୍ମର ତଳେ ପଡି ବିଦ୍ୟୁତ ସରୋବରାହ ଏବଂ ଯିବା ଆସିବା ବାଧାପ୍ରାପ୍ତ


ବୀରମହାରାଜପୁର : (ସୌମିତ୍ରି ମେହେର) କାଳ ବୈଶାଖୀର ତାଣ୍ଡବ ଲୀଳା ଦେଖା ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ l ସ୍ଥାନିୟ ଚଂପାମଲ୍ ଗ୍ରାମ ମୁଣ୍ଡରେ ଥିବା ପ୍ରବଳ ବର୍ଷା ପ୍ରଭାବରେ ପୁରୁଣା ପିପଲ ଗଛ ଭାଙ୍ଗିବା ସହିତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନସଫରମର ମାଡ଼ି ବସି ତଳେ ପଡ଼ି ଯାଇଛି l ଫଳରେ ଚମ୍ପାମାଲ ଶିବମନ୍ଦିର କୁ ଯାଆସ କରୁଥିବା ରାସ୍ତା ଅବରୋଧ ହୋଇଥିବାବେଳେ ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ହୋଇଯାଇଛି l ଖବରପାଇ ଦମକଳ ବାହୀନି ଓ ବିଦ୍ୟୁତ୍ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିବା ଦେଖିବାକୁ ମିଳିଛି l ବିଦ୍ୟୁତ୍ କର୍ମଚାରୀ ଓ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ୍ ଖୁଣ୍ଟ ପୋତିବା ସହ ଟ୍ରାନସ ଫର୍ମର କୁ ପୂର୍ବ ଭଳି ବସାଇ ବିଦ୍ୟୁତ୍ ଯୋଗାଇବା ପାଇଁ ଜୋର୍ ଦାର ଉଦମ୍ୟ ଚାଲୁ ରଖିଛନ୍ତି l ତୁରନ୍ତ କର୍ଯ୍ୟ ସାରି ବିଦ୍ୟୁତ୍ ଯୋଗାଇ ଦେବାର ସୁବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ସୁଚନା ଦେଇ ଛନ୍ତି l