Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାକ୍ଟର ରୁ ପଡି ଯୁବ କ୍ରୀଡାବିତ ସାଗର ଭୁକ୍ତା ଙ୍କ ମୃତ୍ୟୁ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ଗ୍ରାମରେ ଟ୍ରାକ୍ଟର ରୁ ପଡ଼ି ଜଣେ ଯୁବ କ୍ରୀଡାଵିତ ଙ୍କ ମୃତ୍ୟୁ ହୋଇଛି। ମୃତ ଯୁବ କ୍ରିଡ଼ାବିତ ଜଣକ ହେଲେ ବହଳପଦର ଗ୍ରାମର ସନ୍ତୋଷ ଭୁକ୍ତା ଙ୍କ ପୁଅ ସାଗର ଭୁକ୍ତା(୨୦) ବୋଲି ଜଣା ପଡିଛି। ସାଗର ବୁଧୁବାର କାମ କରିବାକୁ ଯାଇ ମଧ୍ୟାହ୍ନ ରେ ଟ୍ରାକ୍ଟର ରେ ବସି ଫେରୁ ଥିଲେ। ଗ୍ରାମର ଦନ୍ତା ବନ୍ଧ ନିକଟରେ ଟ୍ରାକ୍ଟର ରୁ ଯୁବକ ଜଣକ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ରେ ଆଘାତ ଲାଗିବା ସହିତ ଗୁରୁତର ହୋଇ ପଡ଼ିଥିଲେ l ହେଲେ ଆଶ୍ଚର୍ଯ୍ୟ ର ବିଷୟ ମୃତକଙ୍କ ପିତା କିଭଳି ଭାବରେ ଅଜଣା ଟ୍ରାକଟର ବୋଲି ଲିଖିତ ଅଭିଯୋଗ ବୀରମହାରାଜପୁର ଥାନାରେ କଲେ l କିନ୍ତୁ ଅଂଚଳରେ ଟ୍ରାକଟର ମାଲିକ ନିଜ ଗ୍ରାମର ହେଇ ଥିବାରୁ ମାଲିକ ଙ୍କ ଚାପରେ ମୃତକଙ୍କ ପିତା ଏଭଳି ଲିଖିତ ଅଭିଯୋଗ କରିଥିଲେ ବୋଲି ଚର୍ଚ୍ଚା ର ବିଷୟ ହୋଇଛି l ଟ୍ରାକଟର ମାଲିକ ଙ୍କ ଭାଇ ଟ୍ରାକଟର ଚଳାଉ ଥିବା ବେଳେ ଏହି ଦୁର୍ଘଟଣା ରେ ମୃତ୍ୟୁ ହୋଇଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି l ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ l ମୃତକ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଧୁବାର ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ କରାଯାଇ ପାରି ନାହିଁ। ଗୁରୁବାର ଦିନ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଅପର ପକ୍ଷରେ ଅଜଣା ଗାଡ଼ି ଧକ୍କାରେ ସାଗର ଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପା ସନ୍ତୋଷ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି। ତେବେ ପୋଲିସ ତଦନ୍ତ ପରେ ଦୁର୍ଘଟଣା ର ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ