ଗୋ-ମାତା ସେବାରେ ଏକ ନୂତନ ପଦକ୍ଷେପ


ସୋନପୁର : (ସୌମିତ୍ରି ମେହେର) ସୋନପୁର ସହରର କୋଲପଡା ଠାରେ ‘ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଗଠିତ ଗୋ ସେବା ପାଳନ କେନ୍ଦ୍ରର ଉଦଘାଟନ ବୈଭବର ସହିତ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଏହି କେନ୍ଦ୍ରର ଉଦଘାଟନ କରି ଟ୍ରଷ୍ଟର ପରମାର୍ଥମୟ ପଦକ୍ଷେପକୁ ଅପୂର୍ବ ପ୍ରଶଂସା କରି ଗୋ ସୁରକ୍ଷା ଓ ଲାଳନ ପାଳନକୁ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିବା ସହ ଉଦ୍‌ଘାଟନ କେବଳ ଏକ ଘଟଣା ନୁହେଁ, ଏହା ଗୋ ସେବା ପ୍ରତି ଦୃଢ଼ ଆସ୍ଥାର ପ୍ରତିବିମ୍ବ ବୋଲି କହିଛନ୍ତି । ଜିଲ୍ଲାପାଳ ଏହାର ଭିତ୍ତି ଭୂମି ଓ ପରିଚାଳନା ପାଇଁ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ଯଥାଯଥ ପଦକ୍ଷେପ ଉପରେ ସୂଚୀତ କରିଛନ୍ତି। ଟ୍ରଷ୍ଟ ସଭାପତି ପବନ କୁମାର ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରମୁଖ ବ୍ୟକ୍ତିବର୍ଗ ଓ ସଂଗଠନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିରେ ବରକନ୍ୟା ମଠର ମଠାଧୀଶ ଲବ ଶତପଥୀ , ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ , ଟ୍ରଷ୍ଟ କୋଷାଧ୍ୟକ୍ଷ କମଲ ଅଗ୍ରୱାଲ , ଆରତୀ ଅଗ୍ରୱାଲା , ମଲ୍ଲିକା ଅଗ୍ରୱାଲା , ବରିଷ୍ଠ ନାଗରିକ ଇଂ. ଶ୍ୟାମ ସୁନ୍ଦର ଅଗ୍ରୱାଲ , ଚମରା ରାମ ତ୍ରିପାଠୀ , ଭୁବନ ମୋହନ ତ୍ରିପାଠୀ, ମାରୱାଡ଼ି ଯୁବା ମଞ୍ଚ ସଭାପତି ମନୋଜ୍ ଅଗ୍ରୱାଲା , ଫୁଳଚନ ଅଗ୍ରୱାଲା , ସୁରେଶ କମାଣି ସହ ବିଭିନ୍ନ ବ୍ୟକ୍ତିବର୍ଗ ଯୋଗ ଦେଇ ଟ୍ରଷ୍ଟ ପରିଚାଳନା କମିଟିକୁ ଉତ୍ସାହିତ କରିଥିଲେ । ମାରୱାଡ଼ି ଯୁବା ମଞ୍ଚ , ସ୍ବଚ୍ଛ ଭାରତ ସଂଗଠନ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଏହି ଉଦ୍ୟମରେ ସହଯୋଗ ଦେଇ ଦୃଢ଼ ଦୃଷ୍ଟିକୋଣ ପ୍ରଦର୍ଶନ କରିଛନ୍ତି ।