ବୀରମହାରାଜପୁର ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ ରବି ଧାନ ଫସଲ ନଷ୍ଟ : କ୍ଷତି ପୂରଣ ଦାବି କଲେ କ୍ଷତିଗ୍ରସ୍ତ ଚାଷୀ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ରେ ଅଦିନିଆ ଲଗାଣ ବର୍ଷା ହୋଇଛି । ତିନି ଦିନ ଧରି ପ୍ରବଳ ବର୍ଷା ରେ ଧନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି କୃଷ୍ଣପାଲି ର ଚାଷୀ ମାନେ । ଏହାସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତି ପୂରଣ ପ୍ରଦାନ ଦାବି କରିଛନ୍ତି । ରବି ଧାନ ରେ ଅଧିକ ଉପାର୍ଜନ ପାଇଁ ବୀରମହାରାଜପୁର ବ୍ଲକ କୃଷ୍ଣପାଲି , ନୂଆଗଡ , ବୁରଘାଟ, ଖମ୍ବେଶ୍ୱରୀପାଲି , କମଳପୁର, ଟିଠୀପାଲି ଆଦି ଗ୍ରାମ ମାନଙ୍କରେ ରବି ଧାନ ଫସଲ କରିଛନ୍ତି । ଧାନ ଚାଷ ବିଳମ୍ବରେ ଆରମ୍ଭ କରିଥିବାରୁ ଧାନ ଅମଳରେ ବିଳମ୍ବ ହୋଇଛି । ଧାନ ଅମଳ ହୋଇ ଆସୁଥିବା ସମୟରେ ଅଦିନିଆ ବର୍ଷା ହୋଇଛି। ଫଳରେ ଧାନ ଫସଲ ନଷ୍ଟ ହୋଇ ଯାଇଥିବା ଦେଖାଦେଇଛି । ବର୍ଷା ସାଂଗକୁ ଅଧିକ ପବନ ଯୋଗୁ ଧାନ ତଳେ ପଡ଼ିଯାଇ ପାଣିରେ ଭିଜି ଯାଇ ଗଜା ହୋଇଯାଇଛି । ଧାନ ଫସଲ କୁ ବଞ୍ଚାଇବା ପାଇଁ ପାଣିରୁ ଧାନକୁ ବାହାରକୁ ନେବା ସହିତ ଉଚ୍ଚା କରି ରଖିଛନ୍ତି । ଭିଜି ଯାଇଥିବା ଧାନ ଏବେ ଗଜା ହୋଇଯାଇଛି। ବାକି ଧାନ ବିକ୍ରିକରିବାରେ ଅସୁବିଧାର ସମ୍ମୁଖୀନ ଆଶଙ୍କା କରିଛନ୍ତି ଚାଷୀ। କୃଷ୍ଣପାଲି ଗ୍ରାମ ଧାନ ଚାଷୀମାନେ ଅଧିକ କ୍ଷତି ଗ୍ରସ୍ତ ହୋଇଥିବା ଜଣାଯାଇଛି । କୃଷ୍ଣପାଲି ର କ୍ଷତି ଧାନ ଚାଷୀ ତୁଳସିଦାସ ହୋତା ,ଘାସିରାମ କ୍ଷେତି, ପ୍ରହଲ୍ଲାଦ ହୋତା ଙ୍କ ସହିତ ଗ୍ରାମର ବହୁ କ୍ଷତିଗ୍ରସ୍ତ ଚାଷୀ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।