ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଡୁମୁରୀ ଗ୍ରାମରେ ଜଣେ ଯୁବକକୁ ମରଣାତ୍ମକ ଆକ୍ରମଣ ହୋଇ ଥିବା ନେଇ ସୁବଳୟା ଥାନା ରେ ଲିଖିତ ଅଭିଯୋଗ ହୋଇଛି । ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତ ର ଡୁମୁରୀ ଗ୍ରାମରେ ଅଶୋକ ସାହୁ ଙ୍କୁ ସେହି ଗ୍ରାମର ନରୋତ୍ତମ ଦାସ ଙ୍କ ପୁତ୍ର ରାଜା ଦାସ (୨୬) ଏକ ଲୁହା ରଡ଼ ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଆହତ ଯୁବକଙ୍କ ସ୍ତ୍ରୀ ସସ୍ମିତା ସାହୁ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସସ୍ମିତା ସାହୁ ଙ୍କ ଗାଁରେ ଏକ ଦୋକାନ ରହିଛି । ପ୍ରାୟ ଚାରି ଦିନ ପୂର୍ବରୁ ରାଜା ଦୋକାନକୁ ଯାଇ ଗଣ୍ଡଗୋଳ କରିଥିଲା । ସେନେଇ ସସ୍ମିତାଙ୍କ ପରିବାର ଲୋକ ରାଜା ଙ୍କ ପରିବାର କୁ ଜଣାଇଥିଲେ । ରାଜାଙ୍କୁ ତାଙ୍କ ପରିବାର ଲୋକ ତାଗିଦ୍ କରି ଗଣ୍ଡଗୋଳ ନକରିବାକୁ କହିଥିଲେ । ମାତ୍ର ଶୁକ୍ରବାର ଦିନ ସକାଳେ ଅଶୋକ ସାହୁ ନିଜ ଅଟୋ ସହିତ ଗାଁ ମୁଣ୍ଡରେ ଠିଆ ହୋଇ ଥିବାବେଳେ ଅତର୍କିତ ଭାବରେ ଅଶୋକ ଙ୍କ ମୁଣ୍ଡରେ ଏକ ଲୁହା ରଡ଼ ରେ ରାଜା ଆକ୍ରମଣ କରିଥିଲା । ଫଳରେ ଅଶୋକ ଙ୍କ ମୁଣ୍ଡ ଫାଟି ରକ୍ତ ସ୍ରାବ ହୋଇଥିଲା । ପରିବାର ଲୋକେ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ଓ ପରେ ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଅଶୋକ ବୁର୍ଲା ଡ଼ାକ୍ତରଖାନାରେ ବର୍ତ୍ତମାନ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। ଅଶୋକ ଙ୍କ ସ୍ତ୍ରୀ ଙ୍କ ଅଭିଯୋଗ ଆଧାର ରେ ସୁବଳୟା ଥାନା ରେ (କେସ ନମ୍ବର ୭୪/୨୫ ) ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
ଡୁମୁରି ଗ୍ରାମ ରେ ଯୁବକକୁ ପ୍ରlନlନ୍ତକ ଆକ୍ରମଣ କରି ଅଭିଯୁକ୍ତ ଫେରାର
