Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ରେ ଚାଲିଥିବା ବିଜ୍ଞାନ ଓ ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇରେ ଚାଲିଥିବା ଗୋ ବିଜ୍ଞାନ ଓ ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି ।ଏହି ଶିବିର ୨୮ ତାରିଖରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଛି । ଉଦଯାପନୀ ସଭାରେ ମୁଖ୍ୟଅତିଥି ରୂପେ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର , ସମ୍ମାନୀତ ଅତିଥି ଭାବେ ଗବେଷକ ସାଲେଗ୍ରାମ ହୋତା ଓ ଗୋରେଖନାଥ ସାହୁ ଯୋଗ ଦେଇଥିଲେ। ସମସ୍ତ ଅତିଥି ଗୋ ମାହାତ୍ମ୍ୟ ଓ ଗୋ ଜାଗରଣ ଉପରେ ମତବ୍ୟକ୍ତ କରିଥିଲେ ଓ ସମସ୍ତ ଶିବିରାର୍ଥି ଙ୍କୁ ମାନପତ୍ର ଦେଇଥିଲେ। ମାଁ ମାହେଶ୍ୱରୀ ଗୋ ସେବାଶ୍ରମର ମଧୁସୂଦନ ମହାକୁର ଙ୍କୁ ଦେଶୀ ଗୋମାତା ଙ୍କ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ମାତା ଙ୍କ ପ୍ରତି ଏକ ନବ ସମ୍ବେଦନା ଆରମ୍ଭ କରିବା ସହ ଗାଁର ଚାଷୀ ଯୁବ ଗୋଷ୍ଠୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଦେଶୀ ବେଦ ଲକ୍ଷଣ ଗୋମାତା ଙ୍କ ଆଶୀର୍ବାଦ ସ୍ୱରୂପ ଗୋବର ଓ ଗୋମୁତ୍ର ର ବ୍ୟବହାରରେ ବାସ୍ତୁ ସୁଧାର ଜିନିଷ ଓ ପଞ୍ଚଗବ୍ୟ ଔଷଧ ନିର୍ମାଣ କରି କେମିତି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ତିନି ଦିନ ପ୍ରଶିକ୍ଷଣ ଚାଲିଥିଲା। ଗୋ ଗ୍ରାମ ର ସୁରଭି ସଂରକ୍ଷଣ ମଞ୍ଚ ତରଫରୁ ଅନୁଷ୍ଠିତ ହୋଇଥିବା ଏହି ଶିବିର ରେ ପଞ୍ଚଗବ୍ୟ ଓ ଉର୍ଜା ବିଜ୍ଞାନ ର ଆଚାର୍ଯ୍ୟ ସୁଶାନ୍ତ କୁମାର ନାୟକ ପ୍ରଶିକ୍ଷଣ ଦେଇଥିଲେ। ସାଥିରେ ସଂଗୀତା ମହାନ୍ତି ଓ ବିଶ୍ଵ ରଞ୍ଜନ ମହାନ୍ତି ବିଭିନ୍ନ ଔଷଧ ଆଣି ତାର ଗୁଣବତ୍ତା ବତେଇଥିଲେ। ବ୍ଲକ ସ୍ତରୀୟ ଜୀବିକା ମିଶନ ଅଫିସର୍ ଶ୍ରୀ ମାଝୀ ଙ୍କ ଉଦ୍ୟମ ରେ ୫୦ ରୁ ଉର୍ଦ୍ଧ୍ୱ ଏସ ଏଚ ଜି ମହିଳା ସବୁ ପ୍ରଶିକ୍ଷଣ ନେଇଥିଲେ। ସରକାରୀ ସହାୟତା ମିଳିଲେ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ର ଅନେକ ଯୁବକ ଭାଇମାନେ ନାଡ଼ି ବିଜ୍ଞାନ, ଊର୍ଜା ବିଜ୍ଞାନ ଓ ପଞ୍ଚଗବ୍ୟ ପ୍ରଶିକ୍ଷଣ ନେବା ସହ ପାଖ ଗାଆଁ ମାନଙ୍କୁ ଯାଇ ଘରକୁ ଘର ଶୁଦ୍ଧ କରିଥିଲେ। ଗୋ ମାତାଙ୍କ ଉପସ୍ଥିତି ଘରର ବାସ୍ତୁ ଓ ପରିବାର ର ସ୍ବାସ୍ଥ୍ୟ ସହ ପାରିବାରିକ ସମ୍ବନ୍ଧ ସୁଧାରିବାରେ କେତେ ମହତ୍ତ୍ୱପୂର୍ଣ୍ଣ ସେମାନେ ପ୍ରୟୋଗ ଦେଖାଇ ଲୋକଙ୍କୁ ବୁଝାଇ ପାରିଥିଲେ। ଏଥିପାଇଁ ଏ ତିନି ଦିନ ର ଶିବିରରେ ଅଞ୍ଚଳ ର ଅନେକ ରୋଗୀ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ଶିବିର କୁ ଆସିଥିଲେ ଓ ଅନେକ ଅନେକ ଦୁଃସାଧ୍ୟ ରୋଗ ଯେମିତି ଆଣ୍ଠୁ ଗଣ୍ଠି ବାତ ଆଦି ରେ ତୁରନ୍ତ ଉପଶମ ପାଇଥିଲେ। ଶେଷରେ ସମସ୍ତ ଗୋ ଭକ୍ତ ଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ହୋଇଥିଲା । ସରକାର ଚାଷୀଙ୍କୁ ଦେଶୀ ଗୋ ମାତା ପ୍ରଦାନ କରନ୍ତୁ। ପୁରୀ ଶ୍ରୀମନ୍ଦିର ଓ ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିର ସହ ଦେବୋତ୍ତର ବିଭାଗ ଅଧୀନ ରେ ଥିବା ସମସ୍ତ ମନ୍ଦିର ରେ ଦେଶୀ ଗୁଆ ଘିଅ ରେ ଭୋଗ ଓ ପୂଜା କାର୍ଯ୍ୟ କରିବା ପାଇଁ ସରକାର ଯତ୍ନବାନ ହୁଅନ୍ତୁ। ସେମାନେ ଗାଁ ଗାଁ ରେ ଗୋ ମାହାତ୍ମ୍ୟ ପ୍ରଚାର କରିବା ସହ ଗାଆଁ ରୁ ଗୋଟି ଗୋଟି ରୋଗ ସମୂଳେ ନିପାତ୍ କରିବା ପାଇଁ ତଥା ସରକାରୀ ଷଡ଼ଯନ୍ତ୍ର ରେ ଓ ଦେବୋତ୍ତର ବିଭାଗ ନେତୃତ୍ୱ ରେ ସବୁ ମନ୍ଦିର ମାନଙ୍କରେ ବ୍ୟବହାର ହେଉଥିବା ଗାଈ ଚର୍ବି ଯୁକ୍ତ ଘିଅ ବନ୍ଦ କରିବା ପାଇଁ ସଂକଳ୍ପ ନେଲେ। ଏ ଶିବିରରେ ସମସ୍ତ ସହଯୋଗ କରିଥିବାରୁ ମଞ୍ଚ ତରଫରୁ ପାତାଳୀ ସେନା ଓ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ କୁ ସାଧୁବାଦ୍ ଦିଆଯାଇଛ । ଶେଷରେ ସୁବର୍ଣ୍ଣପୁର ସମେତ ପଶ୍ଚିମ ଓଡ଼ିଶାରେ ଗୋ ଅର୍ଥନୀତି ର ଜାଗରଣ ପାଇଁ ପ୍ରଚେଷ୍ଟା କରିଥିବାରୁ ଗୋ ଗ୍ରାମ ର ସମସ୍ତ ଆଚାର୍ଯ୍ୟ ଓ ସହଯୋଗୀ ଙ୍କୁ ନବନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ସେମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ