Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରୋନା ରୋଗୀଙ୍କୁ ମାରିବାକୁ କହିଥିଲେ ଡାକ୍ତର, ମାମଲା ରୁଜୁ

ମୁମ୍ବାଇ: ଗୁରୁବାର ଦିନ ମହାରାଷ୍ଟ୍ର ପୋଲିସ କହିଛି ଯେ ୨୦୨୧ ମସିହାରେ ଜଣେ କରୋନା ରୋଗୀଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗରେ ଜଣେ ବରିଷ୍ଠ ସରକାରୀ ଡାକ୍ତରଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ମାମଲାଟି ଲାଟୁର ଜିଲ୍ଲାର।

ଏକ ଭାଇରାଲ ଅଡିଓ କ୍ଲିପରେ, ଅଭିଯୁକ୍ତ ଡାକ୍ତର ଶଶିକାନ୍ତ ଦେଶପାଣ୍ଡେ ତାଙ୍କ ସହଯୋଗୀ ଡାକ୍ତର ଶଶିକାନ୍ତ ଡାଙ୍ଗେଙ୍କୁ ଜଣେ ମହିଳା ରୋଗୀଙ୍କୁ ହତ୍ୟା କରିବାକୁ କହୁଥିବା ଶୁଣାଯାଉଛି। ଯଦିଓ ମହିଳା ପରେ ରୋଗରୁ ସୁସ୍ଥ ହୋଇଯାଇଥିଲେ। ଉଦ୍ଗିର ପୋଲିସ ମେ ୨୪ ତାରିଖରେ ଦେଶପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ କରିଛି।bଡକ୍ଟର ଦେଶପାଣ୍ଡେ ସେହି ସମୟରେ ଲାଟୁରର ଉଦ୍ଗିର ସରକାରୀ ହସ୍ପିଟାଲରେ ଅତିରିକ୍ତ ଜିଲ୍ଲା ସର୍ଜନ ଥିଲେ ଏବଂ ଡାକ୍ତର ଡାଙ୍ଗେ ଏକ କୋଭିଡ୍ ସେଣ୍ଟରରେ ନିଯୁକ୍ତ ଥିଲେ।

ଅଭିଯୋଗକାରୀ କହିଛନ୍ତି ଯେ ତାଙ୍କ ପତ୍ନୀ ସେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ତେଣୁ ସେ ଚୁପ୍ ରହିବାକୁ ଭଲ ମନେ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ