Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମାଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ କୌଶଳ ଶିକ୍ଷା ଦିଗରେ ଅଗ୍ରସର କରିବା ପାଇଁ ଘରୋଇ କ୍ୟାରିୟର କାଉନସେଲିଂ ଅଭିଯାନ

ଉଲୁଣ୍ଡା : (ସୌମିତ୍ରି ମେହେର) ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ କୌଶଳ ଶିକ୍ଷା ସହ ଜୀବନ ଗଠନ ପାଇଁ ସଚେତନ କରିବା ଲକ୍ଷ୍ୟରେ ସରକାରୀ ଆଇ.ଟି.ଆଇ. ସୁବର୍ଣ୍ଣପୁର ପକ୍ଷରୁ ଏକ ଘରୋଇ କ୍ୟାରିଅର୍ କାଉନ୍ସେଲିଂ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ବିନିକା ବ୍ଲକର ଆମପାଲି , ଜାମପାଲି, ଶିଳାଟି, ଚରଦା, ଅନ୍ତର୍ଡା , ଭଣ୍ଡାର ଓ ବେଲପଡା ଗ୍ରାମକୁ ଆଇ.ଟି.ଆଇ. ଷ୍ଟାଫ ଦଳ ପରିଦର୍ଶନ କରି ସ୍ଥାନୀୟ ଯୁବକ ଯୁବତୀ ଓ ଅଭିଭାବକମାନେ ସହ ନିକଟ ସମ୍ପର୍କ ସ୍ଥାପନ ପୂର୍ବକ ବ୍ୟବସାୟମୁଖୀ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ବିଷୟରେ ସୂଚନା ଦେଇଛନ୍ତି। “ଆମ ଉଦ୍ଦେଶ୍ୟ ହେଉଛି — ଏହି ସୁବର୍ଣ୍ଣ ଅବସରକୁ ଛାତ୍ରଛାତ୍ରୀଙ୍କ ଘରଦୁଆରକୁ ନେଇଯିବା ଏବଂ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ କୌଶଳ ଶିକ୍ଷା ସହ ଜୀବନ ଗଠନ ପାଇଁ ସଚେତନ କରିବା ଯାହା ସେମାନଙ୍କ ସ୍ବପ୍ନକୁ ସାକାର କରିପାରିବ- କହିଛନ୍ତି ଇଂ ସୁରେଶ କୁମାର ଦଳବେହେରା, ପ୍ରିନ୍ସିପାଲ୍, ସରକାରୀ ଆଇ.ଟି.ଆଇ. ସୁବର୍ଣ୍ଣପୁର । ଏହି ପଦକ୍ଷେପ ମାଧ୍ୟମରେ ଆଇ.ଟି.ଆଇ. ପକ୍ଷରୁ ଦିଆଯାଉଥିବା ଉନ୍ନତ ସୁବିଧା ସୁଯୋଗ , ବିଭିନ୍ନ ଟ୍ରେଡ୍ ବିକଳ୍ପ ଓ ଚାକିରି ସହ ଯୋଡିଥିବା ପାଠ୍ୟକ୍ରମ ବିଷୟରେ ଯୁବକ ଯୁବତୀ ମାନେ ସଚେତନ ହେବେ ବୋଲି ଆଶା କରାଯାଉଛି। ଏହି କାଉନ୍ସେଲିଂ ଅଭିଯାନ ଦ୍ୱାରା ଗ୍ରାମୀଣ ଅଞ୍ଚଳର ଯୁବମାନେ ସ୍ୱପ୍ନ ଦେଖିପାରିବେ, ଏବଂ ସେଗୁଡିକୁ ଆକାର ଦେବା ପାଇଁ ଅନୁକୂଳ ବାତାବରଣ ମିଳିପାରିବ। ଏହି ପଦକ୍ଷେପ ମାନବ ସଂସାଧନ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିପାରିବ ବୋଲି ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ