Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଶିତ କୃଷି ସଂକଳ୍ପ ଅଭିଯାନ, ଅନ୍ତର୍ଗତ କୃଷି ରଥ ର ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର

ସୋନପୁର : (ସୌମିତ୍ରି ମେହେର)
ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆରମ୍ଭିତ “ବିକଶିତ କୃଷି ସଙ୍କଳ୍ପ ଅଭିଯାନ” ଅନ୍ତର୍ଗତରେ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ତିନିଟି କୃଷି ସଚେତନତା ରଥର ଉଦ୍‌ଘାଟନ କଲେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ।
ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ପଂଚାୟତର ଷାଠିଏ ଗୋଟି ଗ୍ରାମକୁ ବୈଜ୍ଞାନିକ ଦଳ ସହିତ ପରିକ୍ରମା କରି କୃଷକମାନେ ମଧ୍ୟରେ ଆଧୁନିକ କୃଷି ପ୍ରଣାଳୀ, “ମାଟି ସ୍ୱାସ୍ଥ୍ୟ କାର୍ଡ” ବ୍ୟବହାର, ସମତୁଳିତ ଭାବେ ରସାୟନିକ ଓ ଜୈବ ବର୍ଦ୍ଧକ ବ୍ୟବହାର ଓ ସରକାରୀ କୃଷି କଲ୍ୟାଣ ଯୋଜନା ବିଷୟରେ ସଚେତନତା ବୃଦ୍ଧି କରିବ ଓ ଆଧୁନିକ କୃଷି ପ୍ରଯୁକ୍ତି ଏବଂ ଚିରନ୍ତନ କୃଷି ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବ । ଶୁଭାରମ୍ଭ ଅବସରରେ
ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ କହିଛନ୍ତି “କୃଷି ହେଉଛି ଗାଁର ଆଧାର ଓ ଆମ ଅର୍ଥନୀତିର ମୂଳ ଶକ୍ତି। ଆଜିର ଏହି ବିକଶିତ କୃଷି ସଙ୍କଳ୍ପ ଅଭିଯାନ ମାଧ୍ୟମରେ ଆମେ ଚାଷୀଙ୍କୁ ନୂତନ ପ୍ରଯୁକ୍ତି, ସମସ୍ତ ସରକାରୀ ସୁବିଧା ବିଷୟରେ ଅବଗତ କରି ତାଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖିଛୁ । ଏହି ଅଭିଯାନ ଆଗାମୀ ଦିନରେ ଗ୍ରାମିଣ ଅର୍ଥନୀତିକୁ ମଜବୁତ କରିବା ସହ, ଏକ ଆଧୁନିକ ଓ ସ୍ୱାବଳମ୍ବୀ କୃଷି ବ୍ୟବସ୍ଥା ତିଆରି କରିବ। ଆଶା କରୁଛୁ ଏହା ଆଗାମୀ ଭବିଷ୍ୟତ ପାଇଁ ଏକ ମିଳିତ ପଦକ୍ଷେପ ହେବ।
ଏହି ଅବସରରେ କୃଷି ଓ ଅନୁସଂଗିକ ବିଭାଗ ର ପ୍ରମୁଖ ବୈଜ୍ଞାନିକ ଡ଼. ପିକେ ନାଏକ, ଡ଼ ଏସ କେ ମିଶ୍ର, ବୈଜ୍ଞାନିକ ଡ଼. ଧୀରେନ୍ଦ୍ର କୁମାର, ଡ଼. ପିକେ ମେହେର, ବିଶ୍ୱରଞ୍ଜନ ପଟ୍ଟନାୟକ, ସୁପ୍ରଭା ସେଠି, ତ୍ରିନାଥ ଖଣ୍ଡାୟତ ରାୟ, ସି.ଡି.ଏ.ଓ. ରୁଦ୍ରଦେବ ରାଉତ, ଏ.ଡ଼ି.ଓ. ଧୀରେନ୍ଦ୍ର ସିଂ ବରିହା ଓ ଅନ୍ୟାନ୍ୟ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅଭିଯାନ ଜିଲ୍ଲାର କୃଷକଙ୍କ ଆୟ ବୃଦ୍ଧି, ଉତ୍ପାଦନ ଗୁଣ ମାନରେ ଉନ୍ନତି ଓ ଗବେଷଣା ଭିତ୍ତିକ ନୂତନ ପ୍ରଯୁକ୍ତି ଅନୁପ୍ରୟୋଗ ନିମନ୍ତେ ଏକ ଦୃଢ ପଦକ୍ଷେପ ବୋଲି ବିଭାଗ ତରଫରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ