କ୍ଷେମାଲୋଏ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ବାଣ୍ଟିଲେ କ୍ରୀଡା ସାମଗ୍ରୀ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଷେମାଲୋଏ , ସିନ୍ଦିରିଆବାହାଲ , ନାକଡେଇଁ , ମାଉଳିମାଳ , ପିପଲକଟା , ତେନ୍ତୁଳିଖୋଳ ଓ ମେଘନାଦ ଗ୍ରାମର ବିଭିନ୍ନ କ୍ରୀଡା ଅନୁଷ୍ଠାନର ସମସ୍ତ ଯୁବଗୋଷ୍ଠୀଙ୍କୁ ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଶ୍ରୀ ଯଶୋବନ୍ତ କୁମାର ପଣ୍ଡାଙ୍କ ଦ୍ଵାରା କ୍ରିକେଟ , ଫୁଟବଲ୍ , ଭଲିବଲ, ବ୍ୟାଡମିଣ୍ଟନ, ଚେସ୍ , କେରମ୍ ଇତ୍ୟାଦି କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଅଛି । କ୍ରୀଡା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ଆମ ଅଞ୍ଚଳରୁ ମଧ୍ୟ ଉଦୀୟମାନ ଖେଳାଳି ସୃଷ୍ଟି କରିବା ପାଇଁ ଗ୍ରାମପଞ୍ଚାୟତର ଏହା ଏକ ଛୋଟ ପ୍ରୟାସ ବୋଲି ସରପଞ୍ଚ ଶ୍ରୀ ପଣ୍ଡା ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ରେବତୀ ବଘାର , କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵୟମ୍ଭୁ ପୁରୋହିତ ଙ୍କ ସମେତ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।