Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NEET PG 2025 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: NEET PG 2025 ପରୀକ୍ଷା ସ୍ଥଗିତ କରାଯାଇଥିବା ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନାସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ଦ୍ଵାରା ନିଆଯାଇଛି। ତେବେ ଏ ସମ୍ପର୍କିତ ଖବର  ପ୍ରାର୍ଥୀମାନେ ଏହାର ସରକାରୀ ୱେବସାଇଟ୍ natboard.edu.in ରୁ ପାଇପାରିବେ।

ସୁପ୍ରିମକୋର୍ଟ  ନିଟ ପରୀକ୍ଷା ପାଇଁ NBEMS ରେ କୌଣସି ପ୍ରକାର ର ଗଣ୍ଡ ଗୋଳକୁ ରୋକି ସମ୍ପୂର୍ଣ୍ଣ ସ୍ବଚ୍ଛତା  ଏବଂ ସୁରକ୍ଷା ର  ସହ  ପରୀକ୍ଷା କେନ୍ଦ୍ରରେ ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଯାହାପରେ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ NBEMS ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି ଏବଂ ଭିତ୍ତିଭୂମି ବୃଦ୍ଧି ନେଇ କାର୍ଯ୍ୟ କରୁଥିବା ଜଣା ପଡ଼ିଛି। ପୂର୍ବରୁ ପରୀକ୍ଷା ଜୁନ୍ ୧୫ ତାରିଖରେ ହେବାର ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ