Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ; ଖୁବ୍‌ଶୀଘ୍ର ବିବାହ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢା। ରିପୋର୍ଟ ଅନୁଯାୟୀ, ଆଜି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ‌ହେବ। ଦିଲ୍ଲୀର କପୁରଥଲା ହାଉସରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହେବାର ସୂଚନା ରହିଛି । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ପରିଣୀତି ଓ ରାଘବଙ୍କଠାରୁ କୌଣସି ସ୍ପଷ୍ଟୀକରଣ ମିଳିନି।

୨୦୧୨ରେ ରାଘବ ଆପରେ ଯୋଗ ନେଇ ନିଜ ରାଜନୈତିକ କାରିଅର ଆରମ୍ଭ କରିଥିଲେ । ରାଘବ ନିଜର ଦମଦାର ଭାଷଣ ଦେବାରେ ବେଶ୍ ଦକ୍ଷ । ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ । ପରିଣୀତି ମଧ୍ୟ ନିଜ ପ୍ରଫେସନାଲ ଲାଇଫ୍‌ ରେ ବେଶ୍‌ ସଫଳତା ହାସଲ କରିଛନ୍ତି।