Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଜଟେସିଂଘା ହରିହର ଜୋର ପୋଲ ଉପର ଦେଇ ଯାଇଥିବା ପୂର୍ତ୍ତବିଭାଗ ରାସ୍ତା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଦଳିଗଡ ପୂର୍ତ୍ତବିଭାଗ ଅଧିନରେ ଥିବା ରାସ୍ତା ଉପରେ ଥିବା ଫୁଲଚରା ନିକଟ ହରିହର ଜୋର ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଉକ୍ତ ରାସ୍ତା ଦେଇ ବହୁ ଭାରି ଯାନବାହାନ ଚଳାଚଳ କରୁଥିବା ବେଳେ ରାତ୍ରି କାଳୀନ ବସ କଟକ-ଭୁବନେଶ୍ବର ଆଦି ସ୍ଥାନ କୁ ଦୈନିକ ଯିବା ଆସିବା କରୁଛି I ପୋଲ ଛାତର ଉପର ଭାଗ ଫାଟି ଲୁହା ରଡ଼ ଗୁଡ଼ିକ ବାହାରି ପଡ଼ିଛି । କାର୍ଯ୍ୟ ଶେଷ ହେବାର ଏକ ବର୍ଷ ମଧ୍ୟରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପୋଲର ଉପର ଭାଗରେ ଫାଟ ଦେଖା ଦେଇଥିଲା । ଆଗରୁ କମ କମ ଫାଟ ହେବାରୁ ପୋଲର ପ୍ରଥମ ପ୍ରସ୍ତ ରୁ ଗେଟି ଓ ସିମେଣ୍ଟ ବାହାରି ଲୁହା ରଡ଼ ବାହାରି ରହୁଥିଲା । ଧିରେ ଧିରେ ଏହା ବଡ଼ ଆକାରରେ ଫାଟିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଥିଲା । ପ୍ରାୟ ଦୁଇ ସପ୍ତାହ ହେବ ପୋଲ ମରାମତି ହେଉଛି । କିଏ ମରାମତି କରୁଛି କେହି ଜାଣିପାରୁ ନାହାନ୍ତି। ଦିନେ କାମ କଲେ ଦୁଇଦିନ କାମ ବନ୍ଦ ରହୁଛି । ପୋଲ ର ମଧ୍ୟ ଭାଗରେ ଖୋଲି କାମ କରୁନାହାନ୍ତି । କାମଟି ନିମ୍ନ ମାନର ହୋଇଥିବାରୁ ବର୍ଷକ ଭିତରେ ପୋଲ ଫାଟି ସିମେଣ୍ଟ ଓ ଗେଟି ବାହାରି ପଡ଼ିଥିଲା । ପୋଲ ଉପରେ ମରାମତି ପାଇଁ ଗେଟି ଓ ବାଲି ରଖାଯାଇଥିଲେ ମଧ୍ୟ କାମ ହେଉନାହିଁ । ପୋଳକୁ ଖୋଲି ପକେଇ ଦେଇଥିଲେ ମଧ୍ୟ କୌଣସି ପ୍ରକାର ସୂଚନା କିମ୍ବା ବାଡ଼ ଦିଆଯାଇନାହିଁ । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ରାତ୍ରି ସମୟରେ ଲୋକମାନେ ଭଙ୍ଗା ଯାଇଥିବା ସ୍ଥାନକୁ ଗାଡି ଚଢାଇ ନେଉଥିବାରୁ ଦୁର୍ଘଟଣା ହେଉଛି । ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି । ବାରମ୍ବାର ଦୁର୍ଘଟଣା ଘଟୁଥିବା ରୁ ଶୀଘ୍ର ପୋଲ ମରାମତି କରିବାକୁ ସାଧାରଣରେ ଦବିହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ