ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଦଳୀଗଡ ପୂର୍ତ୍ତବିଭାଗ ଅଧିନ ରେ ଥିବା ମୁଖ୍ୟ ରାସ୍ତା ଟି ଏକ ଜନଗହଳି ପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଏବେ ଏହି ରାସ୍ତା ଟି ମରଣ ଯନ୍ତା ପାଲଟି ଥିବା ଦେଖାଯାଇଛି I ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପିଚୁ ଫାଟି ରାସ୍ତା ଦବି ଯାଇଥିବା ଦେଖା ଦେଇଛି । ଏହି ରାସ୍ତା ଦେଇ ବୌଦ୍ଧ , ଆଠମଳିକ, ରେଢ଼ାଖୋଲ ଆଦି ସ୍ଥାନକୁ ଲୋକମାନେ ଜିବା ଆସିବା କରିଥାନ୍ତି । ପ୍ରତ୍ୟହ ବହୁତ୍ ଭାରିଯାନ ଜିବା ଆସିବା କରିବା ସହ ଦ୍ରୁତଗାମୀ ବସ ଗୁଡିକ ଦୈନିକ ରାତ୍ରିରେ ଚଳୁଛି। ଏହି ରାସ୍ତା ର ବାଉରୀ ଜୋର ବର୍ଷାଦିନେ ପାଣି ଭରି ରହୁଥିଲା । ଜିବା ଆସିବା ରେ ଅସୁବିଧା ହେଉଥିଲା । ମହାନଦୀରେ ବନ୍ୟା ହେଲେ ଉକ୍ତ ଜୋର ରେ ପାଣି ଭର୍ତି ହୋଇ ରାସ୍ତା ବନ୍ଦ ହୋଇଯାଉଥିଲା । ଏଣୁ ଏହି ଯୋର ଉପରେ ସୁଉଚ୍ଚ ର ଏକ ପୋଲ ନିର୍ମାଣ କରାଗଲା । । ପୋଲର ଗୋଟିଏ ପାର୍ଶ୍ୱରେ ଖାଲ ଥିବାରୁ ବନ୍ୟା ହେଲେ ରାସ୍ତା ଉପରେ ପାଣି ବହିବାକୁ ଲାଗିଲା। ଫଳରେ ଜିବା ଆସିବା ଦିନ ଦିନ ଧରି ରାସ୍ତା ବନ୍ଦ ହୋଇଯାଉଥିଲା । ଏହି ଆସୁବିଧାକୁ ଦୁର କରିବା ପାଇଁ ରାସ୍ତା ଉପରେ ଆଉ ଏକ ପୋଲ ସହ ଉଚ୍ଚା ରାସ୍ତା ନିର୍ମାଣ କରାଗଲା। ମାଟି ଖସି ନଯିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ପଥର ବାଡ ଦିଆଗଲା । କିନ୍ତୁ ରାସ୍ତା କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ଦୁଇ ମାସ ମଧ୍ୟରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ମାଟି ଦବି ପିଚୁ ଫାଟି ଗଲାଣି। ରାସ୍ତାର ଉଭୟ ପାର୍ଶ୍ବରେ ହୋଇଥିବା ପଥର ବାଡ ମଧ୍ୟ ଫାଟି ଗଲାଣି । ଯଦି ବର୍ଷl ପୂର୍ବରୁ ଏହାର ମରାମତି କରାନଯାଏ ତାହେଲେ ରାସ୍ତା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଏଣୁ ଶୀଘ୍ର ଏହାର ମାରାମତି କରିବାକୁ ସାଧାରଣରେ ଦାବି ହେଉଛି l
ଦୁରଦୂରା ବାଉରୀ ଜୋର ପୋଲ ଉପର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ଅଧିନ ରାସ୍ତା ପାଲଟିଛି ମରଣ ଯନ୍ତା
