Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଙ୍କୁ ସିଂହଙ୍କ ବାହାଘରରେ ନାଚିବେ କି କିଙ୍ଗ ଖାନ୍?

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସ ମ୍ୟାନ ରିଙ୍କୁ ସିଂହଙ୍କ ବାହାଘର ତାରିଖ ସ୍ଥିର ହୋଇସାରିଛି। ଚଳିତ ବର୍ଷ ଆଇପିଏଲରେ ସେ  ଭଲ ପ୍ରଦର୍ଶନ ନ କରିପାରିଥିବା ସତ୍ୱେ ମଧ୍ୟ ତାଙ୍କ ବାହାଘର କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ IPL 2023ରେ କିଙ୍ଗ୍ ଖାନଙ୍କର ରିଙ୍କୁ ସିଂହଙ୍କ ସହ ହୋଇଥିବା କିଛି କଥା ବାର୍ତ୍ତା ର ଭିଡିଓ ବର୍ତ୍ତମାନ୍ ଭାଇରାଲ ହେବାରେ ଲାଗିଛି।

ଏହି ବର୍ଷ ଆରମ୍ଭ ରେ ହିଁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂହଙ୍କ ବିବାହ ସ୍ଥିର ହୋଇସାରିଛି।ତେବେ ଜୁନ୍ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ଲକ୍ଷ୍ନୌରେ ହେବାକୁ ଥିବା ବେଳେ ନଭେମ୍ବର ୧୭ ତାରିଖରେ ସେମାନଙ୍କର ବିବାହ ହେବାକୁ ଯାଉଛି। ତେବେ ସେମାନଙ୍କ ନିର୍ବନ୍ଧରେ  ପରିବାର ସଦସ୍ୟଙ୍କ ସହ କିଛି ନିକଟ ସମ୍ପର୍କୀୟମାନେ ହିଁ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ବର୍ତ୍ତମାନ୍ ରିଙ୍କୁ ସିଂହ ଶାହରୁଖ ଖାନଙ୍କ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଆଇପିଏଲ ଖେଳୁଛନ୍ତି।

ଗତ ୨୦୨୩ ମସିହା ରେ  ରିଙ୍କୁଙ୍କ ପ୍ରଦର୍ଶନରେ ଶାହରୁଖ ଖୁସି ହୋଇ ତାଙ୍କ ବିବାହରେ ନାଚିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯାହାର ଭିଡିଓ ବର୍ତ୍ତମାନ୍ ଭାଇରାଲ୍ ହେଉଛି। ଶାହରୁଖ ଖାନ ରିଙ୍କୁଙ୍କୁ କହିଥିଲେ ଯେ ସେ ଅନ୍ୟମାନଙ୍କ ବିବାହରେ ଯାଇ ନ ପାରିଲେ ମଧ୍ୟ ରିଙ୍କୁଙ୍କ ବିବାହରେ ଯାଇ ସେ ନିଶ୍ଚୟ ନାଚିବେ।ଯଦିଓ ବର୍ତ୍ତମାନ୍ ସୁଦ୍ଧା ରିଙ୍କୁଙ୍କ ବାହାଘର ହେବାକୁ ଥିବା ଭେନ୍ୟୁ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ତଥାପି  ଏହା ଦେଖିବା ବାକି ରହିଲା ଯେ କିଙ୍ଗ ଖାନ୍ ତାଙ୍କ ପ୍ରତିଶ୍ରୁତି ପାଳନ କରୁଛନ୍ତି କି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ